ପାଟଣାଗଡ଼ରେ କଂଗ୍ରେସ କର୍ମୀଙ୍କୁ ଅଟକ,ରେଳ ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ ପାଇଁ ଯୋଜନା ଥିଲା

0 2

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ )-ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ପାଟଣାଗଡ ଗସ୍ତ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ ପାଟଣାଗଡର କଂଗ୍ରେସର କର୍ମୀଙ୍କ ଯୋଜନା ସମ୍ପର୍କରେ ପାଟଣାଗଡ଼ ପୋଲିସ ଆଗୁଆ ଜାଣିପାରି ପାଟଣାଗଡ଼ କଂଗ୍ରେସ କର୍ମୀ ମାନଙ୍କୁ ଥାନାକୁ ଆଣି ଅଟକ ରଖିଥିବାର ଇତିମଧ୍ୟରେ ଜଣାପଡିଛି । ପ୍ରକାଶ  ଥାଉକି,ଆଜି ବଲାଙ୍ଗିର ଗସ୍ତରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କର ଜନ ଆଶିର୍ବାଦ କାର୍ଯ୍ୟକ୍ରମ ଥିବା ବେଳେ କଣ୍ଟାବାଞ୍ଜି – ପାଟଣାଗଡ ରାସ୍ତା ଦେଇ  ବେଳେ ପାଟଣାଗଡରେ ମନ୍ତ୍ରୀଙ୍କ ଏକ ରୋଡ ଶୋ କାର୍ଯ୍ୟକ୍ରମ ରହିଛି ! ଏହି ରୋଡ଼ ଶୋ ସମୟରେ କଂଗ୍ରେସ କର୍ମୀ ମାନେ କଳାପତାକା ଧରି ରାସ୍ତାରେ ବିକ୍ଷୋପ ପ୍ରଦର୍ଶନ କରାଯିବାର ଥିଲା ! ପାଟଣାଗଡ ପୋଲିସ ନିକଟସ୍ଥ ରାମପୁରରୁ  କଂଗ୍ରେସ କର୍ମୀଙ୍କୁ ଆଣି ଅଟକ ରଖିଛି ! ଅଟକ କଂଗ୍ରେସ କର୍ମୀଙ୍କ ମଧ୍ୟରେ ପାଟଣାଗଡ଼ ବ୍ଲକ କଂଗ୍ରେସ ସଭାପତି ନୀଳାଚଳ ପ୍ରଧାନ,ପିସିସି ସଭାପତି ଅନିଲ ମେହେର,ଯୁବ କଂଗ୍ରେସ ସଭାପତି ଚନ୍ଦନ ସାହୁ,ବେଣୁଧର ସାହୁ,ଅଶ୍ୱନୀ କନ୍ନହେର,ରିଙ୍କୁ ପୃଷ୍ଟି,ତରୁଣ ବନଛୋର ପ୍ରମୁଖଙ୍କୁ ଅଟକ ରଖିଛି !!!!

Leave A Reply

Your email address will not be published.