ପାଟଣାଗଡ଼ ସାଂସ୍କୃତିକ ପରିଷଦ ତରଫରୁ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

0 2

ପାଟଣାଗଡ,ଶାସକ ପ୍ରଶାସକ ( ଯତୀନ୍ଦ୍ର ନନ୍ଦ ) : ପାଟଣାଗଡ ଭାରତ ମାତା କ୍ଳବ୍ ଠାରେ ସାଂସ୍କୃତିକ ପରିଷଦ ତରଫରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଶହେ ଅଣଷଠିଏ ତମ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି ! ପୂର୍ବାହ୍ନ ଆଠ ଘଣ୍ଟା ସମୟରେ ପାରମ୍ପରିକ ରୀତିରେ ସ୍ଥାନୀୟ ଗଂଗାଧର ମେହେର ପାର୍କ ଠାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା!
ଏହି କବିତା ପାଠୋତ୍ସବରେ ଆଇନଜୀବୀ ଆଶିଷ କୁମାର ଚନ୍ଦନ ଅଧ୍ୟକ୍ଷତାରେ କବିତା ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା! ଅନୁଷ୍ଠାନର ସଂପାଦକ ଦିଲ୍ଲୀପ କୁମାର ମିଶ୍ର ସଂଯୋଜନା କରିବା ସହ ଉପସ୍ଥିତ ଅତିଥି ବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସାହିତ୍ୟ ଆସରରେ ଅତିଥି ଭାବେ ଅନ୍ତର୍ଯ୍ୟାମୀ ମେହେର ଏବଂ ସାଂସ୍କୃତିକ ପରିଷଦର ପୂର୍ବତନ ସଭାପତି ଲିଙ୍ଗରାଜ ଚିନ୍ଦା ଓ ସୁଶ୍ରୀ ସଂଯୁକ୍ତା ପରିଛା ଯୋଗ ଦେଇଥିଲେ ! ପରେ କବିତା ଆସର ଅନୁଷ୍ଠିତ ହୋଇଥିଲା ! ଏଥିରେ ସୁଶ୍ରୀ ସଂଯୁକ୍ତା ପରିଛା ଓ ସନ୍ତୋଷ କୁମାର ଦାଶ ସଂଯୋଜନା କରିଥିଲେ ! କବି ପ୍ରତିମା ମେହେର, ସଂଯୁକ୍ତା ଚନ୍ଦନ, ବିଶ୍ୱାସ ପଟ୍ଟନାୟକ, ରାନା ପ୍ରଧାନ ସମେତ ବହୁ କବି ଓ କବିୟତ୍ରୀ ଯୋଗଦେଇ ଥିଲେ !!!!

Leave A Reply

Your email address will not be published.