ଭୁଲିଆ ସମାଜ କେନ୍ଦ୍ରବୋର୍ଡ କମିଟି ପକ୍ଷରୁ ସ୍ଵଭାବ କବିଙ୍କ ଜୟନ୍ତୀ:ବ୍ରୋଞ୍ଚ ପ୍ରତିମୂର୍ତ୍ତି ଉନ୍ମୋଚିତ

0 2

ପାଟଣାଗଡ଼, ( ଯତୀନ୍ଦ୍ର ନନ୍ଦ ) :  ପାଟଣାଗଡ଼ ଭୁଲିଆ ( ମେହେର )  ସମାଜ  ପକ୍ଷରୁ  ସ୍ଵଭାବ  କବି ଗଙ୍ଗାଧର  ମେହେରଙ୍କ  ଜୟନ୍ତୀ  ସ୍ଥାନୀୟ  ଭୁଲିଆ ମେହେର  ଧର୍ମଶାଳାରେ  ଅନୁଷ୍ଠିତ  ହୋଇଯାଇଛି | ଅନୁଷ୍ଠିତ  ଉତ୍ସବରେ  ପାଟଣାଗଡ଼  ଯୁବ  ବିଧାୟକ ସରୋଜ  କୁମାର  ମେହେର  ଯୋଗ  ଦେଇ ସ୍ଵଭାବ  କବି  ଗଙ୍ଗାଧର  ମେହେରଙ୍କର  ବ୍ରୋଞ୍ଚରେ ନିର୍ମିତ  ପ୍ରତିମୂର୍ତ୍ତିକୁ  ଶୁଭ ଉନ୍ମୋଚନ  କରିବା  ସହ ସ୍ଵଭାବ କବି  ଗଙ୍ଗାଧର  ମେହେରଙ୍କ  ସ୍ମୃତିଚାରଣ କରି  ଭୁଲିଆ  ମେହେର  ସମାଜର  ଗର୍ବ  ଓ ଗୌରବ ବୋଲି  ମତବ୍ୟକ୍ତ  କରିଥିଲେ । ଏଥିରେ ସମାଜର  ବହୁ ମାନ୍ୟଗଣ୍ୟ  ବ୍ୟକ୍ତି  ବିଶେଷ ତଥା ମହିଳାମାନେ  ଅଂଶ  ଗ୍ରହଣ କରିଥିଲେ |

Leave A Reply

Your email address will not be published.