ନୂଆଗାଁ/(ସୁବ୍ରତ ପରିଡ଼ା) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବେରୁଆଁ ବାରୀ ପଞ୍ଚାୟତ ର ମିଶନ ଶକ୍ତି ଗୃହ ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ତୋଡି ଗାଡିଆ ଗ୍ରାମର ଗୋଷ୍ଠୀ କେନ୍ଦ୍ର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମିଶନ ଶକ୍ତି ଗୃହ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ଗୋଷ୍ଠୀ କେନ୍ଦ୍ର ଉଦଘାଟନ କରିଥିଲେ।ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ,ବିଜେଡ଼ି ବ୍ଲକ୍ ସଭାପତି ସନାତନ ସାମଲ,ବରିଷ୍ଠ ବିଜେଡ଼ି ସଂଗଠକ ଦିଲ୍ଲୀପ କୁମାର ଦଳ ବେହେରା,ଯୁବ ସଂଗଠକ ସଞ୍ଜୟ କୁମାର ସାହୁ,ଉପ ସଭାପତି ମୁରଲୀ ଧର ଜେନା, ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ,ଛାତ୍ର ଉପ ସଭାପତି ଅମୂଲ୍ୟ ସାହୁ,ପଞ୍ଚାୟତ ବିଜେଡ଼ି ସଭାପତି ସୁଶାନ୍ତ କୁମାର ସାହୁ,ପଞ୍ଚାୟତ ବିଜେଡ଼ି ସଂଗଠକ ସନାତନ ବେହେରା,ପବିତ୍ର ପ୍ରଧାନ,ସଞ୍ଜୀବ କୁମାର ବେହେରା,ପ୍ରମୋଦ କୁମାର ପ୍ରଧାନ , ନୂଆଗାଁ ପଞ୍ଚାୟତ ବରିଷ୍ଠ ବିଜେଡ଼ି କର୍ମୀ ପ୍ରକାଶ ପ୍ରଧାନ,ସୁଧୀର କୁମାର ପ୍ରଧାନ, ପାଣୁ ଚରଣ ଖଣ୍ଡୁଆଳ,ଫୁକୁନି ଦାସ ପ୍ରମୁଖ ଯୋଗ ଦେଇଥିଲେ। ଦଶପଲ୍ଲା ବିଧାୟକ ଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ର ସଫଳତା ଉପରେ ଗୁରୁତ୍ୱାରୋପ କୁ ପଞ୍ଚାୟତ ବାସି ଦଶପଲ୍ଲା ବିଧାୟକ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.