ସମ୍ବଲପୁର/ରମାକାନ୍ତ ବିଶ୍ବାଳ : ରାଜ୍ୟର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ସୁରକ୍ଷା ସଂଗଠନ “ନୀଳଚକ୍ର” ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ଭାଲୁବାହାଲ ଏକାମ୍ର ବିହାର ସ୍ଥିତ ନୀଳଚକ୍ର କାର୍ଯ୍ୟାଳୟ ପରିପରିସରରେ ସ୍ଵଭାବକବି ଗଙ୍ଗାଧର ମେହେର ଙ୍କ ୧୬୦ ତମ ଜନ୍ମ ଜୟନ୍ତୀ ସଭାପତି କଳାରତ୍ନ ବଂଶିଧର କର ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଏହି ଜୟନ୍ତୀ ସଭାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରମାକାନ୍ତ ବିଶ୍ୱାଲ, ମୁଖ୍ୟ ବକ୍ତା ଭାବେ କାର୍ତ୍ତିକ ପ୍ରସାଦ ବହିଦାର,ସମ୍ମାନିତ ଅତିଥି ଭାବେ ସଚ୍ଚିଦାନନ୍ଦ ପ୍ରଧାନ ଯୋଗ ଦେଇଥିଲେ। ଅତିଥି ମାନେ ସ୍ୱଭାବକବି ଙ୍କ ଲେଖନିରୁ ଅମୃତ ସମସ୍ରୁଷ୍ଟି କାବ୍ୟ କବିତା ପ୍ରଣୟବଲ୍ଲରୀ, ଇନ୍ଦୁମତୀ,କୀଚକବଧ,ରସରତ୍ନାକର, ଉତ୍କଳ ଭାରତୀ ଓ ତପସ୍ୱିନୀ ଆଦି କାବ୍ୟ କବିତା ଉପରେ ଆଲୋଚନା କରି ଯେତେ ପୁରୁଣା ହେଲେ ମଧ୍ୟ ଯେତେବେଳେ ପଢିଲେ ଆମକୁ ନୁଆଅଁଲାଗୁଥିବ ବୋଲି କହିଥିଲେ | ସହଜ ସରଳ ଗାଁଉଳି ଭାଷା ଓଡ଼ିଶା ର ଅପରୂପ ପ୍ରାକୃତିକ ଶୋଭାକୁ କବି ନିଜ ଲେଖନୀ ମାଧ୍ୟମରେ ଯେଉଁ ଭଳି ବର୍ଣ୍ଣନା କରିଛନ୍ତି ତାହା ବାସ୍ତବ ରେ ବିସ୍ମୟ। ପ୍ରକ୍ରୁତିର ମୁଗ୍ଧ ରୂପକାର ଓ ମାନବ ଚରିତ୍ର ର ତୁଙ୍ଗ ଚିତ୍ରକର ସିଦ୍ଧହସ୍ତ ଗଙ୍ଗାଧର ଏ ଜାତିର ଏ ଭାଷା ର ଉନ୍ନତି ସକାଶେ ନିଜେ ଯେପରି ଆପ୍ରାଣ ଉଦ୍ୟମ କରିଛନ୍ତି ସେହିପରି ମାତୃଭାଷା ର ଅବନତି ଲକ୍ଷ କରି ତାର ସୁରକ୍ଷା ତଥା ଉନ୍ନତି ପାଇଁ ରାଜ୍ୟବାସୀଙ୍କୁ ଆତୁର ଆବେଦନ ଜଣାଇଛନ୍ତି। ଉତ୍କଳ ଭାରତୀ, ଭାରତୀ ରୋଦନ, ଉଦବୋଧନ ,ମାତୃଭୂମି କବିତା ମାଧ୍ୟମରେ ମାତୃଭୂମି ମାତୃଭାଷା ପ୍ରତି ତାଙ୍କର ପ୍ରଗାଢ ଅନୁରାଗ ଦରଦ ବାବଦରେ ବିଷଦ ଭାବେ ଆଲୋକପାତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସରୋଜ କୁମାର ସାମନ୍ତରାୟ, ହରିକିସନ ଦଧିଚି,ଜୟରାମ ପଧାନ,ନିରଞ୍ଜନ ସ୍ଵାଇଁ, ତପନ କୁମାର ଖୁଣ୍ଟିଆ, ସଞ୍ଜୟ କୁମାର ପ୍ରଧାନ, ପ୍ରକୃତି ବନ୍ଧୁ ଦେବାଶିଷ ସାହୁ,ଗୋପାଳ ରାଉତ,ସୁବାସ ଶର୍ମା, ସୁବାସ ପଟ୍ଟନାୟକ, ସୁଶିଲ ବେହେରା, ଜୀବରଧନ ରାଉତ ସମେତ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଶାଳଖିଣ୍ଡା ଗ୍ରାମର ଚତୁର୍ଭୁଜ ଗର୍ଡିଆ ଙ୍କୁ ଅତିଥି ମାନେ ମାନପତ୍ର,ଉତ୍ତରୀୟ,ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଗିରିଜାଶଙ୍କର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।