ବରଗଡ଼-ନୂଆପଡା ଭାୟା ପଦ୍ମପୁର-ବିଜେପୁର ନୂତନ ରେଲ ଲାଇନ ପାଇଁ ଦାବି

0

ରେଳମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଲେ ରେଲୱେ ଜଏଣ୍ଟ ଏକସନ କମିଟି ପଦ୍ମପୁରର ପ୍ରତିନିଧି ମଣ୍ଡଳୀ

ପଦ୍ମପୁର(ଶାସକପ୍ରଶାସକ)- ବରଗଡ ଜିଲ୍ଲାରେ ରେଲ ସେବା ରହିଛି ସତ କିନ୍ତୁ ଜିଲ୍ଲାର ବରଗଡ଼ ଓ ବରପାଲି କୁ ଛାଡିଦେଲେ ଅନ୍ୟ କୌଣସି ଯାଗାରେ ରେଲ ସେବା ନାହିଁ । ବରଗଡ଼-ନୂଆପଡା ଭାୟା ପଦ୍ମପୁର ଏକ ନୂତନ ରେଲ ଲାଇନ ପାଇଁ ବିଗତ ଦିନରେ ଦାବି ହେବା ସହ ବିଭିନ୍ନ ସମୟରେ ସାଂସଦଙ୍କ ଜରିଆରେ ହେଉ ଅବା ସିଧାସଳଖ ଭାବରେ ରେଲ ମନ୍ତ୍ରୀଙ୍କୁ ଲିଖିତ ଭାବେ ଦାବି ଜଣାଇଛନ୍ତି , ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କେବଲ ରେଲ ଲାଇନ ସର୍ଭେ କାମ ପର୍ଯ୍ୟନ୍ତ ଆଗେଇ ପାରିଛି । ସତେ ଯେମିତିକା ରେଲ ଯାତ୍ରା କରିବା ପଦ୍ମପୁର ଉପଖଣ୍ଡ ବାସି ପାଇଁ ସ୍ବପ୍ନ ସଦୄଶ । କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ରେ ଅଶ୍ବୀନୀ ବୈଷ୍ଣବଙ୍କୁ ରେଲ ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ପଦ୍ମପୁର ଉପଖଣ୍ଡ ଜନସାଧାରଣ ମଧ୍ୟରେ ଉଲ୍ଲାସ ଖେଲି ଯାଇଥିଲା କାହିଁକିନା ଯେହେତୁ ମନ୍ତ୍ରୀ ଓଡ଼ିଶାରୁ ରାଜ୍ୟ ସଭାରୁ ପ୍ରତିନିଧିତ୍ଵ କରି ରେଲ ମନ୍ତ୍ରଣାଳୟ ଦାୟିତ୍ୱ ପାଇଥିବାରୁ ଓଡ଼ିଶା ପ୍ରତି ଅଧିକ ଧ୍ୟାନ ଦେବେ ବୋଲି ଆଶା ଏବଂ ବନ୍ଦ ରହିଥିବା କିମ୍ବା ନୂତନ ରେଲ ଲାଇନ ଅନୁମୋଦନ କରିବେ ବୋଲି ବିଶ୍ବାସ । ରେଲ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଓଡ଼ିଶା ଗସ୍ତ ଜାରି ରହିଛି ଏହି ସମୟରେ ଭବାନୀପାଟଣା ଠାରେ ରେଲୱେ ଜଏଣ୍ଟ ଏକସନ କମିଟି ପଦ୍ମପୁରର ଏକ ପ୍ରତିନିଧି ଦଳ ମନ୍ତ୍ରୀଙ୍କୁ ଭେଟି ବରଗଡ଼-ନୂଆପଡା ନୂତନ ରେଲ ଲାଇନ ଭାୟା ବିଜେପୁର ଓ ପଦ୍ମପୁର ପାଇଁ ଦାବିପତ୍ର ଦେଇଛନ୍ତି । ଏହି ସମୟରେ ଆଇନଜୀବୀ ଅଜିତ ଶତପଥି,ଗୌନ୍ତିଆ ସାହୁ,ଗୋବିନ୍ଦ ଅଗ୍ରୱାଲ,ବିନୋଦ କାଲିଆ,ପ୍ରତାପ ମିଶ୍ର,ପ୍ରେମସାଗର ଫୌଜଦାର,ରାଜକିଶୋର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.