କେନ୍ଦ୍ର ରେଳ, ଯୋଗାଯୋଗ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀଙ୍କୁ ବିଭିନ୍ନ ଦାବି ଜଣାଇଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ

0

ରାୟଗଡରୁ ସରୋଜ କୁମାର ସାହୁ: କେନ୍ଦ୍ର ରେଳ, ଯୋଗାଯୋଗ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗତ ୨୦ ତାରିଖରେ ରାୟଗଡ ଜିଲ୍ଲା ଗସ୍ତ ଅବସରରେ ବିଭିନ୍ନ ଦାବି ଜଣାଇଛନ୍ତି ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା l ସ୍ଥାନୀୟ ସର୍କେଟ ହାଉସ ଠାରେ ଭୋର ସକାଳେ ପହଞ୍ଚି ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ସାକ୍ଷ୍ୟାତ କରି ଏହି ସବୁ ଦାବି ଜଣାଇଥିଲେ l ମୁଖ୍ୟତଃ ଜିଲାରେ ଏକ ତୃତୀୟଂଶ ଅଂଚଳରେ ମୋବାଇଲ ଟାୱାର ସ୍ଥାପନ ହୋଇନଥିବାରୁ ଜିଲ୍ଲାର ଦୁର୍ଗମ ଇଲାକାର ଲୋକମାନେ ସୁବିଧା ପାଇପାରୁନଥିବା ଦର୍ଶାଇଥିଲେ ଓ ଏହି ସବୁବେଳେ ଅଂଚଳରେ ମୋବାଇଲ ଟାୱାର ପ୍ରତିଷ୍ଠା କରିବାକୁ ଅନୁରୋଧ କରିଥିଲେ l ସେହିପରି ମା ମଝିଘରିଆଣି ମନ୍ଦିର ଜମି ପ୍ରତିବଦଳ ଶୀଘ୍ର କରିବାକୁ ଅନୁରୋଧ କରିଥିଲେ l ଥେରୁବାଲି-ଗୁଣପୁର ରେଳ ସଂଯୋଗ କାର୍ଯ୍ୟ ତୁରାନ୍ୱିତ କରିବାକୁ ଦାବି ଉପସ୍ଥାପନା କରିଥିଲେ l ସେହିପରି ରାୟଗଡ ଠାରେ ପ୍ରସ୍ତାବିତ ରେଳ ଡିଭିଜନ ପ୍ରତିଷ୍ଠା କାର୍ଯ୍ୟକୁ ଶୀଘ୍ର ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଥିଲେ l ମୋବାଇଲ ଟାୱାର ପ୍ରତିଷ୍ଠା ଓ ରେଳ ଡିଭିଜନ କାମ ଶୀଘ୍ର ଆରମ୍ଭ କରିବା ନିମନ୍ତେ ଟେଲିଫୋନ ଜିଏମ ଏବଂ ରେଳ ଡିଭିଜନ ଡ଼ିଆରଏମ ଓ ଜିଲ୍ଲାପାଳ ସହିତ ଆଲୋଚନା କରି ସମାଧାନ କରିବାକୁ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଥିଲେ |

Leave A Reply

Your email address will not be published.