ସମ୍ବଲପୁର /ରମାକାନ୍ତ ବିଶ୍ବାଳ : କେନ୍ଦ୍ର ସରକାରଙ୍କ ଅନୁଦାନ ଦ୍ୱାରା ପରିଚାଳିତ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ କୁଚିଣ୍ଡା ଉପଖଣ୍ଡ ସଦର ମହକୁମାରେ ଏକଲବ୍ୟ ଆବାସିକ ବିଦ୍ୟାଳୟ ଗତ ୪ ବର୍ଷ ହେଲା ପ୍ରତିଷ୍ଠିତ ହୋଇଛି l ଏହି ଉଚ୍ଚ ବିଦ୍ୟାଳୟ ରେ ୬ ଷ୍ଠ ରୁ ନବନ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ନାମ ଲେଖା ଯାଇଛି l ଏଥିରେ ୨୪୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି l ଏଥିରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଛାତ୍ରାବାସ ର ବ୍ୟବସ୍ଥା ମଧ୍ୟ କରାଯାଇଛି l ଏହି ବିଦ୍ୟାଳୟ ବହୁ ଅର୍ଥ ବ୍ୟୟ କରାଯାଇ ଏକ ଦୁଇ ମହଲା ବିଶିଷ୍ଟ ଅଟ୍ଟାଳିକା ନିର୍ମାଣ କରାଯାଇଛି l ଏହାର ପରିଚାଳନା ଦାୟିତ୍ବ ଆଦିବାସୀ କଲ୍ଯାଣ ବିଭାଗ ବୁଝିଥାନ୍ତି l ଜିଲ୍ଲା ପ୍ରଶାସନ ଏହାର ପରିଚାଳନା ଦାୟିତ୍ବ ସହ ତଦାରଖ କରିଥାନ୍ତି l ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ନବମ ଶ୍ରେଣୀ ରେ ଶିକ୍ଷା ଦାନ ହେବା କଥା କିନ୍ତୁ ଆଶ୍ଚର୍ଯ୍ୟ ର କଥା ଯେ ଆଜି ପର୍ଯ୍ୟନ୍ତ ବିଧିବଦ୍ଧ ସମ୍ପୃକ୍ତ କର୍ତ୍ତୃପକ୍ଷ କୌଣସି ଶିକ୍ଷକ ନିଯୁକ୍ତି କରିନାହାନ୍ତି କିମ୍ବା ବର୍ତ୍ତମାନ ର କେlଭିଡ ସମୟରେ ଅନଲାଇନ ବ୍ୟବସ୍ଥା ଶିକ୍ଷା ପ୍ରଦାନ ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ l ଆବାସିକ ବିଦ୍ୟାଳୟ ଛାତ୍ରୀ ମାନେ ରହୁଥିବା ସତ୍ତ୍ୱେ କୌଣସି ମହିଳା କର୍ମଚାରୀ ମଧ୍ୟ ନିଯୁକ୍ତି କରାଯାଇ ନାହିଁ l ଏହି ବିଷୟରେ ପୁର୍ବରୁ ଉପ ଜିଲ୍ଲାପାଳ ଙ୍କୁ ଅବଗତ କରାଯାଇ ଉପଜିଲ୍ଲାପାଳକ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିଭାବକ ମାନେ ଧାରଣା ଦେଇଥିଲେ l କିନ୍ତୁ, ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରତିକାର ବ୍ୟବସ୍ଥା ନ ହେବାରୁ ଶନିବାର ଭାରପ୍ରାପ୍ତ ଜିଲ୍ଲାପାଳ ସୁକାନ୍ତ ତ୍ରିପାଠୀ ଙ୍କୁ ଶୀଘ୍ର ଶିକ୍ଷକ ଦେବାକୁ ଦାବି ପତ୍ର ପ୍ରଦାନ କରାଯାଇଥିଲା l ସଚେତନ ନାଗରିକ ମାନଙ୍କ ପକ୍ଷରୁ ସଞ୍ଜିତ୍ ମହାନ୍ତି, ସୁବାସ ନାୟକ, ସୁମିତ ପଟେଲ, ସମୀର ରଞ୍ଜନ ନାୟକ, ସଞ୍ଜିତ୍ ଧର, ବିରେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.
Next Post