ରାୟଗଡା / ସରୋଜ କୁମାର ସାହୁ – ରାୟଗଡା ସହରସ୍ଥିତ ସିଆରପିଏଫ ୪ର୍ଥ ବାଟାଲିୟନ ପରିସରରେ ଆଡମ୍ବରରେ ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜୁପିଟର ଇଂଟରନ୍ୟାସନାଲ ସ୍କୁଲର ବିଦ୍ୟାର୍ଥି ଓ ଶିକ୍ଷୟତ୍ରୀ ମାନେ ସିଆରପିଏଫର ବରିଷ୍ଠ ଅଧିକାରୀ ଓ ଜବାନ ମାନଙ୍କୁ ରାକ୍ଷୀ ବାନ୍ଧିଥିଲେ । ହାତରେ ରାକ୍ଷୀ ବାନ୍ଧିଥିବା ଯୋଗୁଁ ସିଆରପିଏଫର ଅଧିକାରୀ ଓ ଜବାନ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା । ରକ୍ଷା ବନ୍ଧନ ଉତ୍ସବ ଅବସରରେ ସିଆରପିଏଫ ୪ର୍ଥ ବାଟାଲିୟନର କମାଣ୍ଡେଟ ମନୋଜ କୁମାର ୟାଦବ ପ୍ରକାଶ କରିଥିଲେ ଯେ ଭାଇ ଓ ଭଉଣୀର ପବିତ୍ର ସଂପର୍କ ଆଜି ସିଆରପିଏଫ କ୍ୟାମ୍ପ ପରିସରରେ ଦେଖିବାକୁ ମିଳିଛି । ଦେଶର ସୁରକ୍ଷା ସହ ମହିଳା ମାନଙ୍କ ସୁରକ୍ଷା ପାଇଁ ସଦାସର୍ବଦା ସିଆରପିଏଫ ଆଗେଇ ଆସୁଛି ବୋଲି ନିଜ ବକ୍ତବ୍ୟରେ ଶ୍ରୀୟାଦବ ପ୍ରକାଶ କରିଥିଲେ । କାଶ୍ମରୀ ସୀମାରେ ନିୟୋଜିତ ସିଆରପିଏଫ ଜବାନ ମାନଙ୍କ ମନୋବଳ ବଢାଇବ ପାଇଁ ଜୁପିଟର ଇଂଟରନ୍ୟାସନାଲ ସ୍କୁଲ ତରଫରୁ ୧୦୪ଟି ରାକ୍ଷୀ ସହ ଗ୍ରୀଟିଙ୍ଗସ୍ କାର୍ଡ ପଠାଯାଇଛି । ଆୟୋଜିତ ରକ୍ଷାବନ୍ଧନ ଉତ୍ସବରେ ସହକାରୀ କମାଣ୍ଡେଟ ପ୍ରଦୀପ୍ତ କୁମାର ସାହୁ, ସେକେଣ୍ଡ ଇନ କମାଣ୍ଡେଟ ବିଜୟ କୁମାର ସାହୁଙ୍କ ସହ ଜୁପିଟର ଇଂଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା, ଉପଦେଷ୍ଟା ତଥା ଶିକ୍ଷାବିତ୍ ସୂର୍ଯ୍ୟ ନାରାୟଣ ତ୍ରିପାଠୀଙ୍କ ସହ ପି.ଲକ୍ଷ୍ମୀ , କେ.ପ୍ରଭା, ସୋହନି ମିଶ୍ର, ସ୍ୱେତା ଭଣ୍ଡାରୀ, ପି.ପ୍ରଶାନ୍ତ, ପ୍ରୀତି ବେନିଆ ପ୍ରମୁଖ ଉପସ୍ଥିତ ଥିଲେ । କୋଭିଡ ଗାଇଡ ମଧ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।