ଭୁବନେଶ୍ୱର,(ଶାସକ ପ୍ରଶାସକ) ; ଆଜି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସଂସଦୀୟ ବ୍ୟପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ୍ରେ ହିତାଧିକାରୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ୍ କାର୍ଡ ବିତରଣ କରିଛନ୍ତିା ଏହି କାର୍ଯ୍ୟକ୍ରମରେ ରାଜ୍ୟ ମିଶନ ଶକ୍ତି ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର, ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବାକା ଓ ଅନ୍ୟ ଲୋକପ୍ରତିନିଧିମାନଙ୍କ ସମେତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀବୃନ୍ଦ ଉପସ୍ଥିତ ଥିଲୋ ରାଜ୍ୟର ପ୍ରାୟ ୯୬ ଲକ୍ଷରୁ ଉର୍ଧ୍ଵ ପରିବାରଙ୍କୁ ଏହି ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କରାଯିବା ଏହି କାର୍ଡ ଦ୍ୱାରା ମାଲକାନଗିରି ଜିଲ୍ଲାର ପ୍ରାୟ ୧.୫୭ ଲକ୍ଷ ପରିବାରଙ୍କୁ ସ୍ୱାସ୍ଥ୍ୟସେବା ସୁବିଧା ଉପଲବ୍ଧ ହେବା
ପ୍ରକାଶ ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗତକାଲି ମାଲକାନଗିରିଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀମାନଙ୍କୁ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ପରେ ଆଜି ଜିଲ୍ଲାର ବିଭିନ୍ନ ବ୍ଲକରେ ଏହାର ବଣ୍ଟନ କାର୍ଯ୍ୟ ଜାରି ରହିଛିା
Sign in
Sign in
Recover your password.
A password will be e-mailed to you.