ଅଲେଖ ମହିମା ଆଶ୍ରମ ଠାରେ ଶ୍ରାବଣ ଚତୁର୍ଦ୍ଦଶୀ ପାଳିତ : ପାଠାଗାର ଗୃହ ଲୋକାର୍ପିତ

0

ପଦ୍ମପୁର(ଶାସକପ୍ରଶାସକ)-ପବିତ୍ର ଶ୍ରାବଣ ଚତୁର୍ଦ୍ଦଶୀ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପାଇକମାଳ ବ୍ଳକ ଅନ୍ତର୍ଗତ ବୁକୁରାମୁଣ୍ଡା ମହୁଲ ପାଲି ଏବଂ ପଲସାନୀ ଗ୍ରାମର ମଧ୍ୟ ଭାଗରେ ଥିବା ଅଲେଖ ମହିମା ଆଶ୍ରମ ଠାରେ ଅତି ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି l ଏ ପରିପ୍ରେକ୍ଷୀରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଙ୍କ ସୁପୁତ୍ର ଶ୍ରୀ ଭୋଜରାଜ ସିଂ ବରିହା ଏବଂ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ଅଧ୍ୟକ୍ଷ ପ୍ରୀତମ ମେହେର ଏହି କାର୍ଯ୍ୟକ୍ରମରେ ଯୋଗଦାନ ପୂର୍ବକ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଆର୍ଥିକ ପାଣ୍ଠିରୁ ୫ ଲକ୍ଷ ଟଙ୍କା ରେ ନିର୍ମିତ ପାଠାଗାର ଗୃହ କୁ ଯୁବନେତା ଶ୍ରୀ ଭୋଜରାଜ ସିଂ ବରିହା ତାଙ୍କ କରକମଳରେ ସବୁ ସାଧୁସନ୍ଥ,ମହିମା ଆଶ୍ରମ ର କମିଟି ରେ ଶଷ୍ଳିଷ୍ଟ ସମସ୍ତ ସଦସ୍ୟ ତଥା ଅଞ୍ଚଳବାସୀ ଙ୍କ ଉପସ୍ଥିତରେ ଉଦଘାଟିନ କରିବା ପରେ ମହିମା ଆଶ୍ରମର ଧୂନୀମନ୍ଦିର କୁ ଯାଇ ଶ୍ରୀ ବରିହା ଅଲେଖ ମହିମା ଙ୍କୁ ଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବହୁ ଜନସମାଗମ ପରିଲକ୍ଷିତ ହୋଇଥିଲା ।

 

Leave A Reply

Your email address will not be published.