ଭୁବନେଶ୍ୱର,(ଶାସକ ପ୍ରଶାସକ): ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂଆ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ପରେ ଆଜି ଜିଲ୍ଲାର ବିଭିନ୍ନ ବ୍ଲକରେ ମନ୍ତ୍ରୀମାନଙ୍କ ଦ୍ୱାରା ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କରାଯାଉଛିା
ଏହି କ୍ରମରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ବାଳିମେଳା ଓ ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଏହି କାର୍ଡ ବଣ୍ଟନ କରିଛନ୍ତିା ବିଭିନ୍ନ ସରକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯେଉଁ ସଂକଳ୍ପ ନେଇଛନ୍ତି ତାହାର ସଠିକ୍ ଅନୁପାଳନ କରିବା ପାଇଁ ମନ୍ତ୍ରୀ ଶ୍ରୀ ବେହେରା ଏହି ଦୁଇଟି ବ୍ଲକ୍ ଗସ୍ତ କରି ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କରିଛନ୍ତିା ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ହିତାଧିକାରୀଙ୍କୁ କାର୍ଡର ବ୍ୟବହାର ଓ ଉପକାରିତା ବିଷୟରେ ବୁଝାଇଥିଲୋ କାର୍ଡ ବଣ୍ଟନ ସମୟରେ ଲୋକଙ୍କ ମନରେ ଖୁସି ଦେଖି ମନ୍ତ୍ରୀ ଭାବବିହ୍ୱଳ ହୋଇପଡ଼ିଥିଲୋ ସାଧାରଣ ଲୋକଙ୍କ ମନରେ ଏହି ଟିକିଏ ଖୁସି ହିଁ ଆମ ସରକାରଙ୍କ ବଡ଼ ସଫଳତା ବୋଲି ସେ ପ୍ରକାଶ କରିଥିଲୋ
ଏହି କାର୍ଡ ଦ୍ୱାରା ବିଭିନ୍ନ ସରକାରୀ ଡାକ୍ତରଖାନାରେ ବିନାମୂଲ୍ୟରେ ସମସ୍ତ ଚିକିତ୍ସା ସହ ଆପୋଲୋ ଫର୍ଟିସ୍ ଭଳି ବହୁ ପ୍ରତିଷ୍ଠିତ ବଡ଼ ବଡ଼ ଘରୋଇ ଡାକ୍ତରଖାନାରେ କାର୍ଡଧାରୀ ପରିବାର ବାର୍ଷିକ ୫ ଲକ୍ଷ ଟଙ୍କା ଓ ମହିଳା ସଦସ୍ୟଙ୍କୁ ଅତିରିକ୍ତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବୋ ଫଳରେ ବଡ଼ ବଡ଼ ଡାକ୍ତରଖାନାରେ ସାଧାରଣ ଲୋକଟିଏ ଚିକିତ୍ସା ହୋଇପାରିବା ଭଳି ଯେଉଁ ସ୍ୱପ୍ନ ଥିଲା, ତାହା ଆଜି ସାକାର ହୋଇପାରିଛିା
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ଅମରେନ୍ଦ୍ର ଦାସ, ମାଲକାନଗିରିର ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ଉଭୟ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲୋ
Sign in
Sign in
Recover your password.
A password will be e-mailed to you.