ପରିବେଶ ସୁରକ୍ଷା ପାଇଁ ନିଆରା ରକ୍ଷାବନ୍ଧନ

0

ସମ୍ବଲପୁର/ରମାକାନ୍ତ ବିଶ୍ବାଳ : ରକ୍ଷାବନ୍ଧନ କଥା ଶୁଣିଲେ ସମସ୍ତେ ଏହା ଭାଇ ଉଣୀର ପବିତ୍ର ସଂପକ ର ମହାପର୍ବ ବୋଳି ବୁଝିଥାନ୍ତି । ତେବେ ଆମେ ଆପଣଙ୍କୁ ସମ୍ବଲପୁର ର ନିଆରା ରକ୍ଷାବନ୍ଧନ ନେଇ କହୁଛୁ , ଯେଉଠି ବୄକ୍ଷକୁ ରାକ୍ଷି ବାନ୍ଧି ତାକୁ ସୁରକ୍ଷା ଦେବାନେଇ ସଂଙ୍କଳ୍ପ ନେଇ ଆୟୋଜନ ହୋଇଥାଏ ନିଆରା ରକ୍ଷାବନ୍ଧନ । ପ୍ରତିବର୍ଷ ପରିବେଶ ସୁରକ୍ଷା ସହ ବୄକ୍ଷ ଙ୍କୁ ସୁରକ୍ଷା ବାର୍ତ୍ତା ର ମହତ ସନ୍ଦେଶ ଦେବା ପାଇଁ ରକ୍ଷାବନ୍ଧନ ର ଠିକ ପୁର୍ବଦିନ ପାଲନ ହୋଇ ଆସୁଛି ନିଆରା ରକ୍ଷାବନ୍ଧନ କାର୍ଯ୍ୟକ୍ରମ । ସମ୍ବଲପୁର ର ବୁଡାରଜା ବନ ସଂରକ୍ଷଣ ସମିତି ପକ୍ଷରୁ ଆଜକୁ ୩୦ ବର୍ଷ ହେବ ବୄକ୍ଷ ସହ ରକ୍ଷାବନ୍ଧନ କାର୍ଯ୍ୟକ୍ରମ କରାଯାଇ ପରିବେଶ ସୁରକ୍ଷା ସହ ବୁଡାରଜା ପାହାଡ ରେ ବୄକ୍ଷ କୁ ସୁରକ୍ଷା ଦେବା ପାଇଁ ସଂଙ୍କଳ୍ପ ନେଇଥାନ୍ତି ବୁଡାରଜା ବନ ସଂରକ୍ଷଣ ସମିତ ର ସଵୁ ସଭ୍ୟ ସଭ୍ୟା
ଭଉଣୀ ଟିଏ ନିଜ ଭାଇର ଦିର୍ଘାୟୁ କାମନା କରି ଯେପରି ନିଷ୍ଠା ସହକାରେ ତାର ହାତରେ ରାକ୍ଷୀ ଟିଏ ବାନ୍ଧି ଥାଏ ସେପରି ଭାବରେ ବନ ସଂରକ୍ଷଣ ସମିତିର ସଭ୍ୟ ମାନେ ବୄକ୍ଷ କୁ ପୂଜା କରି ତାକୁ ରାକ୍ଷୀ ବାନ୍ଧି ତାକୁ ସୁରକ୍ଷା ଦେବା ପାଇଁ ସପଥ ନେଇଥାନ୍ତି । ସମ୍ବଲପୁର ବୁଡାରଜା ପାହାଡ ଠାରେ ଏହି ନିଆରା ରକ୍ଷାବନ୍ଧନ ଅଭିଯାନ ପାଇଁ ଆଜି ଯାଏ ସାରା ପାହାଡ ଟି ସବୁଜିମା ରେ ପରିଣତ ହୋଇପାରିଛି । ଏହି ପରିବେଶ ସୁରକ୍ଷା ସଚେତନତା ସୄଷ୍ଠି ପାଇଁ ରକ୍ଷାବନ୍ଧନ କାର୍ଯ୍ୟକ୍ରମର ନିଆରା ପ୍ରୟାସ ରେ ସହରର ବହୁ ପରିବେଶବିତ , ବୁଦ୍ଧିଜୀବୀ , ବନବିଭାଗ ର ଅଧିକାରୀ ମାନେ ମଧ୍ୟ ସାମିଲ ହୋଇଥାନ୍ତି ।
ବିଗତ ୩୦ ବର୍ଷ ଧରି ବୄକ୍ଷ ମାନଙ୍କୁ ସୁରକ୍ଷା ଦେବା ପାଇଁ ପ୍ରତିବର୍ଷ ଏଭଲି ନିଆରା ପଦକ୍ଷେପ କୁ ସହରବାସୀ ବେଶ ପ୍ରଂଶସା ମଧ କରିଛନ୍ତି । ସମ୍ବଲପୁର ବୁଡାରଜା ବନ ସଂରକ୍ଷଣ ସମିତି ର ନିଆରା ରକ୍ଷାବନ୍ଧନ ମାଧ୍ୟମରେ ପରିବେଶ ସୁରକ୍ଷା ସହ ବୄକ୍ଷ ମାନଙ୍କୁ ସୁରକ୍ଷା ଦେବା ବାର୍ତ୍ତା ସମାଜ ପାଖରେ ପହଞ୍ଚିବାରେ ଏହା ବେସ ସହାୟକ ହେଉଛି ।

Leave A Reply

Your email address will not be published.