ଭଦ୍ରକ ପାୱାର ହାଉସରେ ଅନୁଷ୍ଠିତ ହେଲା ରକ୍ତଦାନ ଶିବିର।

0

ଭଦ୍ରକ ବ୍ଲକ(ସୀତାକାନ୍ତ ପାଢ଼ୀ)-; ରକ୍ତଦାନ ମହତ ଦାନ । ଭଦ୍ରକ ପାୱାର ହାଉସ ପ୍ରାଙ୍ଗଣରେ ଆଜି ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ବିଦ୍ୟୁତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀକାନ୍ତ ପାଢ଼ୀ ଉଦଘାଟନ କରିଥିଲେ । ଟାଟା ପାୱାର ନର୍ଦ୍ଧନ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ଼ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ରକ୍ତଦାନ କରିଥିଲେ । ଏହି ଶିବିରରେ ୧୫୦ ରୁ ଉର୍ଦ୍ଧ୍ବ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଉକ୍ତ ରକ୍ତଦାନ ଶିବିରରେ ଅନ୍ୟ ଅତିଥୀଙ୍କ ମଧ୍ୟରେ ନିର୍ବାହୀ ଯନ୍ତ୍ରୀ ଦେବାଶିଷ ଜେନା, ଉପଖଣ୍ଡ ଅଧିକାରୀ କାର୍ତ୍ତିକ ଚନ୍ଦ୍ର ସାହୁ, ପ୍ରଭାସ ରଂଜନ ବିଶ୍ବାଳ ଜିତେନ୍ଦ୍ର କୁମାର ବେହେରା ଓ କନିଷ୍ଠ ଯନ୍ତ୍ରୀ ରାମହରି ନାୟକ, ପ୍ରତାପ ବେହେରା, ବିଶ୍ଵଜିତ ଓଝା, ପ୍ରକାଶ ସାହୁଙ୍କ ସମେତ ସମସ୍ତ କର୍ମଚାରୀ ଓ ରକ୍ତ ଭଣ୍ଡାରର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ କୁ ଗୋବର୍ଦ୍ଧନ ପଣ୍ଡା ପରିଚାଳନା କରୁଥିଲେ । ଏପରି କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି ଦେବାଶିଷ ଜେନା କହିଛନ୍ତି ।

Leave A Reply

Your email address will not be published.