ସମ୍ବଲପୁର -ରମାକାନ୍ତ ବିଶ୍ବାଳ : ହୀରାକୁଦ ଡେବ୍ରିଗଡ ଅଭୟାରଣ୍ୟ ଅଂଚଳରୁ ବେଆଇନ ଭାବେ ବନ୍ୟାଜନ୍ତୁ ଶିକାର କରି ବାଘ ଛାଳ, ନଖ ପଞା ଓ ବଜ୍ରକାପ୍ତା ଭଲି ବିଲୁପ୍ତ ପ୍ରଜାତିର ଜୀବ ଆଦି ଜବତ ହେବା ସହ ଜଣକୁ ଅଟକ ରଖିଛି ହୀରାକୁଦ ବନ୍ୟାପ୍ରାଣୀ ଡିଭିଜନ । ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ଓ ପୋଲିସର ମିଳିତ ଚଢ଼ାଉ କରାଯାଇଥିଲା ।ଏଥିରେ କଲରାପତରିଆ ବାଘର ନଖ, ଛାଳ, ଜଙ୍ଗଲୀ କୁକୁର ଛାଲ, ସହ ବଜ୍ରକାପ୍ତା ଜବତ ହୋଇଛି। ବଜ୍ରକାପ୍ତା କାତିରେ ତିଆରି ହୋଇଥିବା ଅଳଙ୍କାର ମଧ୍ୟ ଜବତ ହୋଇଛି। କାରବାରରେ ମଧ୍ୟସ୍ଥି ସାଜିଥିବା ସହର ଆକାଶ ଅଗ୍ରଓ୍ବାଲ ନାମକ ଜଣେ ଯୁବକକୁ ମଧ୍ୟ ଗିରଫ କରାଯାଇଛି। ଯୁବକ ଜଣକ କଲରାପତ୍ରିଆ ବାଘ ନଖକୁ ମହାବଳ ବାଘ ନଖ କହି ଅଧିକ ଦାମରେ ବିକ୍ରି କରୁଥିଲେ । ଏହି ଘଟଣା ବନ ବିଭାଗ ଖବର ପାଇବା ପରେ ଚଢାଉ କରି ଯୁବକକୁ ଗିରଫ କରିଛି ।ତେଵେ ଏହି ବେଆଇନ ବନ୍ୟାଜନ୍ତୁ ଚୋରାଚାଲାଣ ଘଟଣାରେ ଆଉ କିଏ କିଏ ସମ୍ପୁକ୍ତ ସେନେଇ ଅଧିକ ତଦନ୍ତ ଚାଲିଥିବା ଡିଏଫଓ ଅଂଶୁପ୍ରଜ୍ଞା ଦାସ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post