ସମ୍ବଲପୁରରେ ମୁଖ୍ୟ ବିଚାରପତି ଏସ ମୁରଲୀଧର। ଉଦଘାଟନ କଲେ ଆଡଭୋକେଟମାନଙ୍କ ପାଇଁ ଇ ସର୍ଭିସ

0

ସମ୍ବଲପୁର /ରମାକାନ୍ତ ବିଶ୍ବାଳ :ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ଼ ଜଷ୍ଟିସ ଏସ ମୁରଲୀଧରଙ୍କ ସମ୍ବଲପୁର ଗସ୍ତରେ ଆସି ସମ୍ବଲପୁର କୋର୍ଟ ପରିସରରେ ଅନୁଷ୍ଠିତ ଏକ ପ୍ରଶିକ୍ଷଣ  କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି | Live Hand- on training Programme on e- service for Advocate କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ମୁଖ୍ୟ ବିଚାରପତି ଓକିଲ ମାନଙ୍କୁ ଇ- ସର୍ଭିସର ଅନେକ ଦିଗ ଉପରେ ଆଲୋକପାତ କରିଥିଲେ । ଇ- ସର୍ଭିସରେ ନ୍ୟାୟିକ ବ୍ୟବସ୍ଥାରେ କେତେ ଶୀଘ୍ର ଓ ବ୍ୟବସ୍ଥିତ ଭାବରେ କାର୍ଯ୍ୟ ସମ୍ପାଦନ ହୋଇ ପାରୁଛି ସେ ନେଇ ମତ ପ୍ରକାଶ କରିଥିଲେ । ତେବେ ଘରେ ଥାଇ କେମିତି ଅନଲାଇନ ମାଧ୍ୟମରେ କୋର୍ଟ ଫି ଦାଖଲ, ଶୁଣାଣି ତାରିଖ, ଜାମିନ ଆବେଦନ ତଥା ବିଭିନ୍ନ ମାମଲା ପରିଚାଳନା କରିପାରିବେ ଓକିଲ । ଫଳରେ ସମୟ ବଂଚିବା ସହିତ ସାଧାରଣ ଲୋକ ଉପକୃତ ହୋଇପାରିବେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର ଜିଲ୍ଲାର ଓକିଲ ଓ ଜୁଡିସିଆରି କର୍ମଚାରୀମାନେ ପର୍ଯ୍ୟାୟକ୍ରମେ ତାଲିମ ନେବେ । କରୋନା ମହାମାରୀ ଯୋଗୁଁ ଇ ସେବା ଉପରେ ଗୁରୁତ୍ବ ଦେଇଛି। 

Leave A Reply

Your email address will not be published.