କଇଁପୁର ପଞ୍ଚାୟତ କଳିଙ୍ଗ ଗ୍ରାମରେ କଂଗ୍ରେସର କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ ବ୍ଲକ କଇଁପୁର ପଞ୍ଚାୟତ ଅନ୍ତର୍ଗତ କଳିଙ୍ଗ ଗ୍ରାମରେ କଂଗ୍ରେସ ଦଳର ଏକ କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଜିରାଙ୍ଗ ଗ୍ରାମ ଠାରେ ଶତାଧିକ କଂଗ୍ରେସ କର୍ମୀ , ମାନ୍ୟବର ମୋହନା ବିଧାୟକ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗଙ୍କୁ ଫୁଲ ତୋଡା ଦେଇ ବାଜା ଢୋଲ ବଜାଇ ସ୍ୱାଗତ କରିଥିଲେ। ସେଠାରୁ ପ୍ରତ୍ୟେକ ଗ୍ରାମ ଠାରେ ତାଙ୍କୁ ସମ୍ମାନ ସହ ସ୍ୱାଗତ ଜଣାଇଥିଲେ ।
ପ୍ରଥମ ଥର କରି ଆସିଥିବା ରାଜ୍ୟ କୃଷି ସେଲର ସଭାପତି ରଶ୍ମିରଞ୍ଜନ ପଟ୍ଟନାୟକ ଆସିଥିବାରୁ ତାଙ୍କୁ ଦେଖିବା ପାଇଁ ଓ ମିଶିବା ପାଇଁ ବହୁ କଂଗ୍ରେସ ସମର୍ଥକ ମାନେ ବହୁ ଉତ୍ସାହ ସହ ଆସିଥିଲେ ।
ଏହି ସଭା କାର୍ଯ୍ୟକ୍ରମକୁ କଳିଙ୍ଗ ଗ୍ରାମ ସହ ଆଖ ପାଖ ୧୦ ଗୋଟି ଗ୍ରାମର କଂଗ୍ରେସ କର୍ମୀ ମିଶି ଆୟୋଜିତ କରିଥିଲେ।ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶେଷରେ ସ୍ଥାନୀୟ ଶତାଧିକ ବିଜେପି ଓ ବିଜେଡି କର୍ମୀ ମୋହନା ବିଧାୟକଙ୍କ କାର୍ଯ୍ୟକଳାପ ଦେଖି କଂଗ୍ରେସ ଦଳରେ ଯୋଗ ଦେଲେ ।ସେମାନଙ୍କୁ ଉତ୍ତରୀୟ ଓ ଫୁଲ ତୋଡା ଦେଇ କଂଗ୍ରେସ ଦଳକୁ ସ୍ୱାଗତ କରାଯାଇଥିଲା । ବିଧାୟକଙ୍କ ବିଭିନ୍ନ ଉର୍ଣ୍ଣତ ମୂଳକ କର୍ଯ୍ୟ ଦେଖି ଗ୍ରାମବାସୀ ବିଧାୟକଙ୍କୁ ସାଧୁବାଦ ଜଣାଇଥିଲେ। ଦୀର୍ଘଦିନ ହେବ କଳିଙ୍ଗ ଗ୍ରାମକୁ ସଡ଼କ ନଥିଲା , ବର୍ତ୍ତମାନ କାର୍ଯ୍ୟ ଚାଲୁରହିଛି। ଏହାର ସମୀକ୍ଷା ମଧ୍ୟ ବିଧାୟକ କରିଛନ୍ତି। ତୁରନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ଠିକାଦାରଙ୍କୁ ଜଣାଇଛନ୍ତି। ଆଗାମୀ ଦିନରେ ଆହୁରି ଅନେକ ଉର୍ଣ୍ଣତମୂଳକ କର୍ଯ୍ୟ କରିବେ ବୋଲି ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି।
କୃଷକ ସେଲର ସଭାପତି ଶ୍ରୀ ପଟ୍ଟନାୟକ କିହିଛନ୍ତି ଯଦି ସିଏ ଆଗାମୀ ନିର୍ବାଚନରେ ସାଂସଦ ପ୍ରାଥୀ ହୁଅନ୍ତି ଓ ନିର୍ବାଚିତ ହୁଅନ୍ତି ତା ହେଲେ ସେ ପ୍ରଥମେ କୃଷି ଉପରେ ମୁଖ୍ୟତ୍ୱ ଗୁରୁତ୍ୱ ଦେଇ ଏହି ଅଞ୍ଚଳରେ ଅଙ୍ଗୁର , ଏପୁଲ ବିଭିନ୍ନ ପ୍ରକାଶ ଚାଷ ସହ କୋଲଡ୍ ଷ୍ଟୋର କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ପୌରପରିଷଦର ପୂର୍ବତନ ଉପାଧ୍ୟକ୍ଷ ସଞ୍ଜୟ ଅଧିକାରୀ , ଅଭିମନ୍ୟୁ ପଣ୍ଡା , ଯୁବ ଆଦିବାସୀ ନେତା ତଥା ଗୁମ୍ମା କଂଗ୍ରେସ ବ୍ଲକ ସଭାପତି ବେର୍ନିକ ଗମାଙ୍ଗ , କୁନା ମାଝୀ , ତ୍ରିନାଥ ପାତ୍ର , ସେବାଦଳ ଜିଲ୍ଲା ସଭାପତି କୃଷ୍ଣ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.