ନବୀନଙ୍କୁ ଭେଟି ଆଲୋଚନା କଲେ ମିତ୍ତଲ

0

 

ଭୁବନେଶ୍ୱର :- ଓଡିଶା ଗସ୍ତରେ ଆସିଥିବା ଆର୍ସେଲର -ମିତ୍ତଲ ଗ୍ରୁପର ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ମିତ୍ତଲ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି । ସନ୍ଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରକଳ୍ପ ବାବଦରେ ପ୍ରାୟ ୧ ଘଣ୍ଟା ଧରି ଆଲୋଚନା କରିଥିଲେ ଶ୍ରୀ ମିତ୍ତଲ | ଆଲୋଚନାବେଳେ କେନ୍ଦ୍ରାପଡାରେ ଆର୍ସେଲର -ମିତ୍ତଲ ପକ୍ଷରୁ ପ୍ରସ୍ତାବିତ ଇସ୍ପାତ ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ |
ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପୂର୍ବରୁ ସେ କେନ୍ଦ୍ରାପଡାରେ ପ୍ରସ୍ତାବିତ ପ୍ଲାଣ୍ଟ ଅଞ୍ଚଳ ବୁଲି ଦେଖିବା ସହ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିବା ଜଣାପଡିଛି । ସେହିପରି ମହାକାଳପଡା ବତିଘର ଅଞ୍ଚଳ ମଧ୍ୟ ବୁଲି ଦେଖିଥିଲେ । ସୂଚନାଯୋଗ୍ୟ ଯେ , କେନ୍ଦ୍ରାପଡାରେ ଆର୍ସେଲର -ମିତ୍ତଲ ନିପନ ଷ୍ଟିଲ(ଏଏମଏନଏସ) ୫୦ ହଜାର କୋଟି ଟଙ୍କା ବିନିଯୋଗରେ ଇସ୍ପାତ କାରଖାନା ସ୍ଥାପନ କରିବା ପାଇଁ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି।

Leave A Reply

Your email address will not be published.