ଏବେ ଅସହାୟ ପରିବାରକୁ ସାହା ହେବ କିଏ ?
ସମ୍ବଲପୁର /ରମାକାନ୍ତ ବିଶ୍ବାଳ : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଟାମ୍ଫରକେଲା ଗାଁର କରୁଣା କାହାଣୀ | ଆଗ ପଛ ହୋଇ ଚାଲିଗଲେ ମାଁ ଓ ବାପା ଏବେ ଦୁଇ ପୁଅ ଓ ଦୁଇ ଝିଅ ଅନାଥ ହୋଇ ରହିଛନ୍ତି l କରୋନା ସମୟରେ ରେ ପୁଷ୍ପା ରୋହିଦାସ ବୟସ ୨୮ ଏବଂ କିଶୋର ରୋହିଦାସ ବୟସ ୩୩ ଦୁହେଁ ଚାଲି ଗଲେ ଆର ପାରିକୁ l କେବଳ ସାହାରା କହିଲେ ତାଙ୍କ ବାପା ଆଉ ମାଁ ଥିଲେ । ଏବେ ପୁରା ପରିବାର ର ଦୁଃଖ କୁ ଦେଖିଲେ ଛଲ ଛଲ ହୋଇ ଆଖିରି ଲୁହ ଗଢ଼ି ଉଠିବ l ଆଉ ସରକାରି ସହାୟତା କହିଲେ କେବଳ ମାତ୍ର ପାଞ୍ଚ ସହ ଟଙ୍କା ଭତ୍ତା l ଆଉ ୧୫ କେଜି ଚାଉଳ । ଏହି କୁନିକୁନି ଛୁଆକୁ ମଧ୍ୟ ମିଳି ନାହିଁ ସରକାରଙ୍କ କୌଣସି ସାହାଯ୍ଯ । ଏବେ ଏମାନଙ୍କ ଘରେ କେହି ରୋଜଗାରକ୍ଷମ ନାହାନ୍ତିଁ। ଏମିତି ରେ ଏମାନେ ବେଳେ ଖାଇଲେ ବେଳେ ଉପାସ ରେ ବିତୁଛି ଜୀବନ ।
ସରକାର ଯୋଜନା ପରେ ଯୋଜନା କରୁଛନ୍ତି ହେଲେ କିଭଲି ପହଁଚୁଛି ଯୋଜନା ତାହା ଏମାନଂଙ୍କ ପରିବାର କୁ ଦେଖିଲେ ହୁଏତ ଅନୁମାନ କରି ପାରୁଥିବେ l ସରକାରଙ୍କ ସବୁ ଯୋଜନାରୁ ବଞ୍ଚିତ ଏହି ପରିବାର ଏହି ପରିବାରରେ ତିନିଜଣ ବୃଦ୍ଧା ବୃଦ୍ଧା ଅଛନ୍ତି | ଆଉ ଚାରି ଜଣ କୁନିକୁନି ଛୁଆ ଅଛନ୍ତି । ଯେଉଁ ବୟସରେ ପାଠ ପଢିବା କଥା ସେହି ବୟସରେ କୁନି ଝିଅ ମିତା ରୋହିଦାସ ମୂଲ ଲାଗି ଯାହା ଆଣେ ସେଥିରୁ ପରିବାର ଚଳେ l କୋଉଁ ମୁହୂର୍ତ୍ତ ରେ ଘର ଭାଙ୍ଗି ଯିବ ତା ମଧ୍ୟ କହି ହେବନାହିଁ ବିପଦ ସଂକୁଳ ଅବସ୍ଥାରେ ବିତୁଛି ଜୀବନ l ଖାଇବା ତ ଦୂରର କଥା ରହିବା ପାଇଁ ଘର ଖଣ୍ଡିଏ ନାହିଁ ବର୍ଷା ହେଲେ ଏମାନଙ୍କୁ ପର ଘରେ ଆଶ୍ରୟ ନେବା କୁ ପଡି ଥାଏ l ଏଠି ପ୍ରଶ୍ନ ଉଠୁଛି କୁଆଡେ ଗଲା ସରକାରଙ୍କ ସବୁ ଯୋଜନା ? ପ୍ରକୃତ ରେ ସରକାର ଙ୍କ ଯୋଜନା କାହା ପାଇଁ ? l କଣ ସରକାର ବାହା ବାହା ନେବା ପାଇଁ ଯୋଜନା କରି ଛନ୍ତି ନାଁ ପ୍ରକୃତ ହିତାଧିକାରୀ ପାଉଛନ୍ତି ଏହି ସବୁ ଯୋଜନା ସୁଫଳ। କାହିଁକି ଏହି କୁନି କୁନି ଛୁଆ ମାନଙ୍କ ପାଖକୁ ଏ ପର୍ଯ୍ୟନ୍ତ ସରକାରଙ୍କ କୌଣସି ଯୋଜନା ମଧ୍ୟ ପହଞ୍ଚି ପାରିନି। ଏ ବିଷୟ ସ୍ଥାନିୟ ବିଡିଓ କିମ୍ବା ତହସିଲଦାର ଜାଣିଛନ୍ତି କି ନାହିଁ ତାହା ମଧ୍ୟ ଭଗବାନଙ୍କୁ ଜଣା ।