ନୟାଗଡ, (ଶାସକ ପ୍ରଶାସକ ): ଗୋଟିଏ ସଂଘ ନାଁରେ ଦୁଇଟି ସମାନ୍ତରାଳ ସଭା ଅନୁଷ୍ଠିତ ହୋଇଯାଇଛି ନୟାଗଡରେ | ଗୋଟିଏ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଆଓ ଗୋଟିଏ ରାଜ୍ୟ ସଭାପତି ସମ୍ବର୍ଧନା ସଭା | ସାମ୍ବାଦିକଙ୍କୁ ନେଇ ନୟାଗଡ ଜିଲ୍ଲାରେ ରାଜନୀତି ତୀବ୍ର ହେଉଛି ଜିଲ୍ଲାରେ |
ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ଆଜି ଖଣ୍ଡପଡା ରୋଡ଼ ନୀଳମାଧବ କଲ୍ୟାଣ ମଣ୍ଡପ ଠାରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ବିଭୁତି ଭୁଷଣ କର, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ, କୋଷାଧ୍ୟକ୍ଷ ରାଜନ ଚୈାଧୁରୀଙ୍କୁ ନୟାଗଡ଼ ଜିଲ୍ଲା ସଭାପତି ଶ୍ରୀକାନ୍ତ କୁମାର ଖଟେଇ, ସମ୍ପାଦକ ଆଦର୍ଶ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ | ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ମଂଚ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସାମ୍ବାଦିକ ଚନ୍ଦ୍ର ବିଜୟୀ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ । କନ୍ଧମାଳ , ଗଞ୍ଜାମ, ପୁରୀ, କଟକ, ଖୋର୍ଦ୍ଧା ଇତ୍ୟାଦି ଜିଲ୍ଲାର କର୍ମକର୍ତାମାନେ ଆଜିର କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦେଇ ମଂଚାସିନ ହୋଇଥିଲେ । ଆଜିର ଏହି କାର୍ଯ୍ୟକ୍ରମ ଅବସରରେ ରାଜ୍ୟ ସଭାପତି ଶ୍ରୀ କର ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା, ବୀମାରାଶିକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ପେନସନ ବ୍ୟବସ୍ଥା ଲାଗୁ କରିବା, ସାମ୍ବାଦିକ ମାନଙ୍କ ଉପରେ ମିଛ ମୋକଦମା ପ୍ରତ୍ୟାହାର କରିବା ପାଇଁ ସରକାରଙ୍କ ଠାରେ ଦାବିକୁ ଆଗାମୀ ଦିନରେ ଅଧିକ ଦୃଢ ଭାବରେ ଉପସ୍ଥାନ କରାଯିବା ପାଇଁ ସୁଚନା ଦେଇଥିଲେ ।
ସେପଟେ ନୟାଗଡ଼ ପଠାଣୀ ସାମନ୍ତ ଅଡିଟୋରିୟମ ଠାରେ ବରିଷ୍ଠ ସାମ୍ବାଦିକ ପ୍ରଦିପ୍ତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଅନ୍ୟ ଏକ କାର୍ଯ୍ୟକ୍ରମରେ ଉତ୍କଳ ସାମ୍ବାଦିକ ସଙ୍ଘ ଉପ-ସଭାପତି ବିନାୟକ ମିଶ୍ର, ସମ୍ପାଦକ ବେଣୁଧର ପଣ୍ଡା ମଂଚାସିନ ଅତିଥି ଓ ଅନ୍ୟାନ୍ୟ କର୍ମକର୍ତା ଏବଂ ସାମ୍ବାଦିକଙ୍କ ଉପସ୍ଥିତିରେ ଉତ୍କଳ ସାମ୍ବାଦିକ ସଙ୍ଘର ନୂତନ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ରାଜ୍ୟ ସଭାପତି ପ୍ରମୋଦ ପଟ୍ଟନାୟକଙ୍କୁ ଆଜି ସମ୍ବର୍ଦ୍ଧିତ କରାଯାଇଥିବା ଦେଖିବାକୁ ମିଳିଥିଲା ।