କୋଭିଡ ପରୀକ୍ଷା ପାଇଁ ଆସିଲେ ମାତ୍ର ୨ଜଣ / ୨ମାସରେ ୧୦ ଜଣଙ୍କ ମୃତ୍ୟୁବରଣ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକର ଆଲିଗଣ୍ଡା ପଞ୍ଚାୟତର ଆଲିଗଣ୍ଡା ଗ୍ରାମରେ ଦୁଇ ମାସ ମଧ୍ୟରେ ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ଲୋକ ମୃତ୍ୟୁବରଣ କଲେଣି । କାରଣ କଣ ଗ୍ରାମବାସୀ ଜାଣିପାରୁ ନାହାନ୍ତି। ସେଥି ମଧ୍ୟରୁ ଦୁଇ ଜଣ ବୟସ୍କ ବ୍ୟକ୍ତି ହୋଇ ଥିବା ବେଳେ ଅନ୍ୟ ଜଣେ ମଦ୍ୟପାନ ଜନିତ ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି । କିନ୍ତୁ ଗ୍ରାମରେ ପ୍ରତେକ ଘରେ ଜ୍ଵର ଲାଗି ରହୁଛି । ଲୋକମାନେ ନିଜର ମେଲେରିଆ ପରୀକ୍ଷା ଓ ଅନ୍ୟାନ୍ୟ ରୋଗ ସମ୍ବନ୍ଧୀୟ ପରୀକ୍ଷା ମଧ୍ୟ କରିସାରିଲେଣି। କିନ୍ତୁ ରୋଗ କଣ ଜଣାପଡୁନି ।
ଗ୍ରାମର କିଛି ବ୍ୟକ୍ତି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏ ସଂପର୍କରେ ଲିଖିତ ଅଭିଯୋଗ ଜଣାଇବା ପରେ ଗୁରୁବାର ଦିନ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରିଣୀ ଡ଼ା, ନମିତା ପଣ୍ଡା , ପ୍ରେଜେକ୍ଟ ମ୍ୟାନେଜର ବିଭୁ ପ୍ରସାଦ କର , ନାଗେଶ୍ଵର ରାଓ , ସ୍ୱାସ୍ଥ୍ୟ କର୍ମୀ ମିଳିତ ଭାବେ କୋଭିଡ ପରୀକ୍ଷା ଗାଡି ନେଇ ଗ୍ରାମରେ ପହଞ୍ଚି ଘର ଘର ବୁଲି ଲୋକଙ୍କୁ ଡାକିଥିଲେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ । କିନ୍ତୁ ୨ ଜଣ କୋଭିଡ୍ ପରୀକ୍ଷା ଓ ୫ ଜଣ ମେଲେରିଆ ପରୀକ୍ଷା କରାଇଥିଲେ। ସମସ୍ତେ ସଂକ୍ରମିତ ନଥିବା ଜଣାପଡିଥିଲା। ପ୍ରତ୍ୟେକ ଘରକୁ ସ୍ୱାସ୍ଥ୍ୟ ଟିମ ଓଆରଏସ ପାଉଡର କିଛି ଔଷଧ ଦେଇ ଫେରିଥିଲେ।