ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକର ଦୁର୍ଗମ ଅଞ୍ଚଳ ରାଇପଙ୍କା ପଞ୍ଚାୟତ ପରିସରରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଖଗେଶ୍ୱର ଭୂୟାଁଙ୍କ ପରିଚାଳନାରେ ସରପଞ୍ଚ ଅଭିନାଶବେଗା ମାଝୀ ,ୱାର୍ଡ ସଭ୍ୟ/ସଭ୍ୟା , ଅଙ୍ଗନାବାଡି କର୍ମୀ , ଆଶାକର୍ମୀ , ସ୍ୱାସ୍ଥ୍ୟକର୍ମୀ ,ସମିତିସଭ୍ୟଙ୍କ ଉପସ୍ଥିତରେ ଡେଙ୍ଗୁ ଓ ମେଲେରିଆକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି |
ଏହି ବୈଠକରେ ଶ୍ରୀ ଭୂୟାଁ କହିଛନ୍ତି ପ୍ରତ୍ୟେକ ଗ୍ରାମରେ ଜମି ରହିଥିବା ନାଳ ନର୍ଦ୍ଧମା ପାଣିକୁ ନିଷ୍କାସନ କରିବା ସହ ଅଳିଆ ଆବର୍ଜନାକୁ ଗାଁ ବାହାରେ ନେଇ ଗାତ ଖୋଳି ପୋତିବା ଏବଂ ଜ୍ଵର, କାଶ, ଥଣ୍ଡା ହେଲେ ସରକାରୀ ମେଡିକାଲକୁ ଯାଇ ରକ୍ତ ପରୀକ୍ଷା କରି ସ୍ୱାସ୍ଥ୍ୟ ଯାଞ୍ଚ କରିବା। ସନ୍ଧ୍ୟା ସମୟରେ ଦେହକୁ ସଂପୂର୍ଣ୍ଣ ଆବରଣ ହେଲା ଭଳି ପୋଷାକ ପିନ୍ଧିବା ରାତିରେ ଶୋଇବା ସମୟରେ ମଶାରୀ ଟାଣିବା ଏହା ସହ ରୋଗକୁ ନ ଲୁଚାଇ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସିତ ହେବା ।
Sign in
Sign in
Recover your password.
A password will be e-mailed to you.