୪ ଓଡ଼ିଆ ହକି ଅଲିମ୍ପିଆନଙ୍କ ସହ ଡ଼ିନର କଲେ ଓ ସମ୍ବର୍ଦ୍ଧନା ଦେଲେ ଧର୍ମେନ୍ଦ୍ର

0

ଭୁବନେଶ୍ୱର, – ଟୋକିଓ ଅଲମ୍ପିକରେ ଭାଗ ନେଇ ଓଡ଼ିଶା ଏବଂ ଭାରତକୁ ଗୌରବ୍ୱାନିତ କରିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳର ୪ ଜଣ ଓଡ଼ିଆ ହକି ଖେଳାଳି ଦିପଗ୍ରେସ ଏକ୍କା, ନମିତା ଟୋପୋ, ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ଭୁବନେଶ୍ୱର ଠାରେ ଭେଟି ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧନା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଶ୍ରୀ ପ୍ରଧାନ ହକି ଖେଳାଳିଙ୍କ ସହ ରାତ୍ରି ଭୋଜନ କରିଥିଲେ ।
ଏହି ଅବସରରେ ସେ କହିଛନ୍ତି ଓଡ଼ିଶାର ସୁପୁତ୍ର ଏବଂ ଝିଅମାନେ ଟୋକିଓ ଅଲମ୍ପିକର ହକି ପ୍ରତିଯୋଗିତାରେ ଉତମ ପ୍ରଦର୍ଶନ କରି ସମଗ୍ର ଭାରତବର୍ଷକୁ ଗୌରବ କରିଛନ୍ତି । ସେମାନଙ୍କର ଉକôର୍ଷତାର ଯାତ୍ରା ଅନେକଙ୍କୁ ହକି ଖେଳିବା ପାଇଁ ପ୍ରେରଣା ଯୋଗାଇବ ।

 

 

 

 

Leave A Reply

Your email address will not be published.