ରାୟଗଡାରେ କେନ୍ଦ୍ର ରେଳ ମନ୍ତ୍ରୀ

0

ରାୟଗଡା(ସରୋଜ କୁମାର ସାହୁ) – ହୀରାଖଣ୍ଡ ଟ୍ରେନ ଯୋଗେ ରାୟଗଡାରେ ପହଂଚିଥିଲେ କେନ୍ଦ୍ର ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କର୍ମୀ ମାନଙ୍କ ବିରାଟ ପଟୁଆରରେ ରାୟଗଡା ଷ୍ଟେସନ ଠାରୁ ସର୍କିଟ ହାଉସ ଯାଏଁ ଆସିଥିଲେ ମନ୍ତ୍ରୀ । ସକାଳେ ଦଳୀୟ କର୍ମୀ ମାନଙ୍କ ସହ ଆଲୋଚନା ପରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାକୀଙ୍କ ସହ ଆଲୋଚନା କରିଥିଲେ । ପରେ ରାୟଗଡା ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ଓ ଦକ୍ଷିଣକାଳୀ ମନ୍ଦିର ଦର୍ଶନ କରି ମଝିଘରିଆଣୀ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କରିଥିଲେ । ହୋଟେଲ ତେଜସ୍ୱୀ ଇଂଟରନ୍ୟାସନାଲ ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ । ରାୟଗଡା ଜିଲ୍ଲାବାସୀଙ୍କ ତରଫରୁ କେନ୍ଦ୍ର ରେଳ ଯୋଗଯୋଗ, ଇଲେକ୍ଟେ୍ରାନିକ୍ସ ଏବଂ ସୂଚନା ପ୍ରଯୁକ୍ତବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଭିନ୍ନ ସଂଗଠନ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ରାୟଗଡା ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ରେଳ ଡିଭିଜିନ କାର୍ଯ୍ୟର ଅଗ୍ରଗତି, ବିଭିନ୍ନ ଟ୍ରେନର ସଂପ୍ରସାରଣ ସହ ଭୂବନେଶ୍ୱରକୁ ଦିନରେ ଟ୍ରେନ ଚଳାଚଳ, ରାୟଗଡା ଠାରେ ଆଇଟି ପାର୍କ ସ୍ଥାପନ କରିବ ପାଇଁ ଦାବୀପତ୍ର ପ୍ରଦାନ କରାଯାଇଥିଲା । କ୍ୟାବିନେଟର ସଂପ୍ରସାରଣ ପରେ ରେଳ, ଯୋଗଯୋଗ, ଆଇଟି, ଶିକ୍ଷା, କୌଶଳ,ଆଦିବାସୀ ବ୍ୟାପର, ଜଳଶକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଓଡିଶାରୁ ପ୍ରତିନିଧିତ୍ୱ କରୁଥିବା ମନ୍ତ୍ରୀ ମାନଙ୍କୁ ଦିଆଯାଇଛି । ଯାହାକି ଓଡିଶାର ବିକାଶ ଦିଗରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀବୈଷ୍ଣବ ପ୍ରକାଶ କରିଥିଲେ । ଉଜ୍ୱଳ ଯୋଜନା ଅନ୍ତର୍ଗତ ଗରୀବ ଶ୍ରେଣୀର ଲୋକଙ୍କୁ ଗ୍ୟାସ ବଂଟନ, ପ୍ରତି ଘରେ ବିଶୁଦ୍ଧ ପାନୀୟଜଳର ବ୍ୟବସ୍ଥା, ଓଡିଶାରେ ରେଳ ବିକାଶ ଯେପରି ଦ୍ରୁତ ଗତିରେ ହେବ, ସୌଭାଗ୍ୟ ଯୋଜନା ଅନ୍ତର୍ଗତ ପ୍ରତି ଘରକୁ ବିଜୁଳି ସଂଯୋଗ ହେବ ସେ ନେଇ ବିଭିନ୍ନ ଯୋଜନା ମାନ ପ୍ରସ୍ତୁତ ହୋଇଛି ।

ରାୟଗଡା ଠାରେ ଖୁବ୍ ଶୀଘ୍ର ରେଳ ଡିଭିଜନ କାର୍ଯ୍ୟକ୍ରମ ହେବ ବୋଲି ମନ୍ତ୍ରୀ ମହୋଦୟ ପ୍ରକାଶ କରିଥିଲେ । ରାୟଗଡାର ଅଧିଷ୍ଟାତ୍ରୀ ଦେବା ମା ମଝିଘରିଆଣୀଙ୍କ ମନ୍ଦିରର ଉନ୍ନତି ପାଇଁ ଆବଶ୍ୟକୀୟ ଜମି ପ୍ରଦାନ ପାଇଁ ବିଚାରବିମର୍ଷ ଚାଲିଥିବା ମଧ୍ୟ ମନ୍ତ୍ରୀ ଶ୍ରୀବୈଷ୍ଣବ ପ୍ରକାଶ କରିଥିଲେ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ, ଓଡିଶା ବିଜେପି ପ୍ରବକ୍ତା ଗୋଲକ ମହାପାତ୍ର, ବରିଷ୍ଠ ବିଜେପି ନେତା ଭୃଗୁ ବକ୍ସିପାତ୍ର, ରାଷ୍ଟ୍ରୀୟ ଜନଜାତି ମୋର୍ଚ୍ଚା ଉପାଧ୍ୟକ୍ଷ କାଳୀରାମ ମାଝି, ଜିଲ୍ଲା ବିଜେପି ସାଧାରଣ ସଂପାଦକ କିଶୋର ପଣ୍ଡା, ଯୁବ ମୋର୍ଚ୍ଚା ସଭାପତି ଦେବାଶିଷ ପଣ୍ଡା, ଆଦିବାସୀ ନେତା ବସନ୍ତ ଉଲ୍ଲାକା ଙ୍କ ସହ ବିଜେପିର ବିଭିନ୍ନ ପଦାଧିକାରୀ, ମହିଳା ମୋର୍ଚ୍ଚା, ମଣ୍ଡଳ ସଭାପତି ପ୍ରମୁଖ ଉପସ୍ଥିତ ରହି ମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବିଜେପି ଉପ-ସଭାପତି ପଦ୍ମନାଭ ଦାଶ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ବିଜେପି ନଗର ସଭାପତି ଶ୍ୟାମ ସୁନ୍ଦର ଦାଶ ।

 

 

Leave A Reply

Your email address will not be published.