ସମ୍ବଲପୁର-ରମାକାନ୍ତ ବିଶ୍ବାଳ – ଅଗାଧ ସମୁଦ୍ର ପରି ପୃଥିବୀ ଟା ମଧ୍ୟ ବିଶାଲ ।କେଉଁଠି ଆରମ୍ଭ ହୋଇ କେଉଁଠି ଶେଷ ହୋଇଛି ତାର ଠିକଣା ନାହିଁ ।ଏ ସାରା ବିଶ୍ୱ ଟି ମନୁଷ୍ୟ ପଶୁପକ୍ଷି କିଟ ପତଙ୍ଗ ବାୟୁ ଜଲ ଆକାଶ ଏବଂ ବୃକ୍ଷଲତା କୁ ନେଇ ଗଠିତ । ଶତକଡା ସତୁରୀ ଭାଗ ଜଲ ଥିବାବେଲେ କେବଲ ତିରିଶ ଭାଗ ଅଟେ ସ୍ଥଲଭାଗ । ଯେଉଁଥିରେ ବସବାସ କରନ୍ତି ବିଭିନ୍ନ ପ୍ରକାରର ଜୀବ ସମୁହ ।ସୃଷ୍ଟି ଆରମ୍ଭରୁ ଏ ବିଶ୍ୱରେ ବହୁ ଜୀବଜନ୍ତୁ ଆଜି ପର୍ଯ୍ୟନ୍ତ ପ୍ରାୟ ଲୋପ ପାଇସାରିଲେଣି ।ଡାଇନେସୋର ପରି ବିଶାଲ କାୟ ଜୀବ ଏ ପୃଥିବୀରେ ହରାଇ ସାରିଛି ନିଜ ଅସ୍ଥିତ୍ୱ।
ଏହି ଭଲି ଏକ ଛୋଟ ଜିବ ଅଟେ ଏଣ୍ଡୁଅ ।ଯିଏ କି ରଂଗ ପରିବର୍ତ୍ତନ ରେ ଅଟେ ମାହିର ।ସଂସାରରେ ବିଭିନ୍ନ ପ୍ରଜାତିର ଏଣ୍ଡୁଅ ଦେଖିବାକୁ ମିଲିଥାନ୍ତି ।ଶିକାରକୁ ଦେଖି ଝାମ୍ପମାରି ଜାବୁଡି ଧରିବାରେ ସିଦ୍ଧହସ୍ତ ଏ ଜୀବ ।
ଏହିପରି ଏକ ବିରଲ ପ୍ରଜାତିର ଏଣ୍ଡୁଅ କୁ ଉଦ୍ଧାର କରିଛନ୍ତି ଅତାବିରା ବ୍ଲକ ଅନ୍ତର୍ଗତ ଟାମ୍ପରସରା ଗ୍ରାମର ନିରଂଜନ ମାଝୀ ।ଯିଏ କି ବୁର୍ଲା ନିକଟସ୍ଥ ଏକ ଛତି ଫାର୍ମକୁ ଯାଉଥିବା ବେଲେ ଏହି ଏଣ୍ଡୁଅକୁ ପାଇଛନ୍ତି । ଘଡିକ ମଧ୍ୟରେ ରଙ୍ଗ ବଦଲାଉଥିବା ଏହି ବିରଲ ଏଣ୍ଡୁଅଟି ଅନ୍ୟ ଜନ୍ତୁର ଆକ୍ରମଣ ରେ ଆଘାତ ପାଇଥିବାରୁ ତାକୁ ଘରକୁ ଆଣି ଚିକିତ୍ସା କରୁଛନ୍ତି ଶ୍ରୀ ମାଝି । ଏଣ୍ଡୁଅଟି ସୁସ୍ଥ ହେଲେ ତାକୁ ସମ୍ବଲପୁର ସ୍ଥିତ ଡିଅର ପାର୍କକୁ ନେଇ ଛାଡି ଦେବେ ବୋଲି ସେ ପ୍ରକାଶ କରିଛନ୍ତି ।ଏ ବିରଲ ଏଣ୍ଡୁଅ କୁ ଦେଖିବାକୁ ତାଙ୍କ ଘରେ ଆଖପାଖରୁ ବହୁ ଲୋକ ଙ୍କ ସୁଅ ଛୁଟୁଛି ।
Sign in
Sign in
Recover your password.
A password will be e-mailed to you.
Next Post