ନୂଆଗାଁ/(ସୁବ୍ରତ ପରିଡ଼ା): ସରକାରଙ୍କ ତରଫରୁ ଯୋଗ୍ୟ ହିତାଧିକାରୀ ଙ୍କୁ ଆବାସ ଯୋଜନା ପ୍ରଦାନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ବେଳେ ବିଭାଗୀୟ ଅଧିକାରୀ ମାନଙ୍କ ଦାୟିତ୍ଵ ହୀନତା ଓ ଅର୍ଥ ଲୋଭ ପାଇଁ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ପାଇବାରୁ ବଞ୍ଚିତ ହେଉଛନ୍ତି।ଏଭଳି ଏକ ସ୍ପଷ୍ଟ ଚିତ୍ର ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରେ ଅବସ୍ଥିତ ନୂଆଗାଁ ପଞ୍ଚାୟତ ଅଧିନରେ ଥିବା ଆମ୍ବଝରି ଗ୍ରାମରେ ଦେଖିବାକୁ ମିଳିଛି।ସୂଚନା ଅନୁଯାୟୀ କିଛି ବର୍ଷ ପୂର୍ବେ ଅମ୍ବଝରି ଗ୍ରାମ ର ସୁନୀତା ନାୟକ ନିଜ ସ୍ବାମୀ କୁ ହରାଇ ଦୁଇଟି କୁନି ଛୁଆ କୁ ନେଇ ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି।ପ୍ରତି ବର୍ଷ ଆବାସ ଯୋଜନା ପାଇବା ପାଇଁ ସେ ଆବେଦନ କରୁଛନ୍ତି।କିନ୍ତୁ ପ୍ରତି ବର୍ଷ ସୁନୀତା ନାୟକଙ୍କ ନାମ ହିତାଧିକାରୀ ଲିଷ୍ଟ ରେ ରହୁନଥିବା ଅଭିଯୋଗ ହେଉଛି।କିଛି ଦିନ ତଳେ ପ୍ରବଳ ବର୍ଷା ହେବା ଯୋଗୁଁ ଝାଟି ,ମାଟି ଜରି ପାଲ ବଖରା ଘରଟି ଭୁଶୁଡ଼ି ପଡ଼ିଥିଲା ।କିନ୍ତୁ ଦୁର୍ଭାଗ୍ୟ ବଶତଃ ଅଳ୍ପକେ ବର୍ତିଯାଇଥିଲେ ସୁନୀତା । ଏଠାରେ ପ୍ରଶ୍ନ ଉଠୁଛି ବିଧବା ମହିଳା ଙ୍କ ନାମ କେଉଁ ଅଧିକାରୀ କାଟିଛନ୍ତି।ଏଭଳି ଅଧିକାରୀ ଙ୍କୁ କଣ ୫ ଟି ପ୍ରହାର ଆବଶ୍ୟକ ନୁହେଁ କି ବୋଲି ଜନସାଧାରଣ ରେ ପ୍ରଶ୍ନ ଉଠୁଛି।ସେହିଭଳି ସୁନୀତା ନାୟକ ଙ୍କ ଭଳି ସମାନ ଅବସ୍ଥା କଲ୍ୟାଣୀ ନାୟକ ଙ୍କ ଠାରେ ଦେଖିବାକୁ ମିଳିଛି।ଦୀର୍ଘବର୍ଷ ଧରି ଜରିପାଲ ତଳେ ଜୀବନ ଅତିବାହିତ କରୁଛନ୍ତି କଲ୍ୟାଣୀ।ଗୁହାରି କରି କରି ନୟାନ୍ତ ହେଲେଣି ହେଲେ ଦୁଃଖ ବୁଝିବାକୁ କେହି ନାହିଁ।ଏଭଳି ବିଭାଗୀୟ ଅଧିକାରୀ ମାନଙ୍କ ପ୍ରତି ୫ ଟି ସଚିବ ସ୍ଵତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେଲେ ଆଗାମୀ ଦିନରେ ସରକାରଙ୍କ ବିଭିନ୍ନ ଯୋଜନା ର ଲାଭ ପ୍ରକୃତ ହିତାଧିକାରୀ ପାଇପାରିବେ ବୋଲି ଜନସାଧାରଣ ରେ ଦାବୀ ହେଉଛି।
