ପାରଳାଖେମୁଣ୍ଡି (ବାଳକୃଷ୍ଣ ପାଣିଗ୍ରାହୀ) : ପାରଳାଖେମୁଣ୍ଡି ସ୍ଥିତ ସଂସ୍କୃତ ମହାବିଦ୍ୟାଳୟର ସଭାଗୃହ ଠାରେ ଆଜି ନିଖିଳ ଉତ୍କଳ ସଂସ୍କୃତ ମହାସଂଘ ଅନ୍ତର୍ଗତ ଗଜପତି ଜିଲ୍ଲାଶାଖା ସଂସ୍କୃତ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ସଂସ୍କୃତ ଶିକ୍ଷକ ଦିବସ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।
ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ର ଶେଖର ତ୍ରିପାଠୀଙ୍କ ପୌରହିତ୍ୟରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମନୋଜ ରଞ୍ଜନ ଦଳେଇ ଯୋଗଦେଇ ସଂସ୍କୃତ ଭାଷା ଏକ ଦେବଭାଷା ତଥା ଦେବତା ମାନଙ୍କ ଭାଷା , ହେଲେ ଏହି ଭାଷା ବର୍ତ୍ତମାନ ଏକ ଅବହେଳିତ ମଧ୍ୟଦେଇ ଗତି କରୁଛି , ତେଣୁ ଏହି ଭାଷାର ସୁଦୁରପ୍ରସାରି ପାଇଁ ସମୀକ୍ଷା ଓ ଗବେଷଣାର ଆବଶ୍ୟକତା ଉପରେ କହିଥିଲେ ।
ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ନିଖିଳ ଉତ୍କଳ ସଂସ୍କୃତ ମହାସଂଘ ଓଡିଶା ପକ୍ଷରୁ ରାଜ୍ୟସଂଘର ଉପସଭାପତି ପଣ୍ଡିତ ଲମ୍ବୋଦର ଶତପଥୀ ଓ ରାଜ୍ୟସଂଘର ଯୁଗ୍ମ ସମ୍ପାଦକ ପଣ୍ଡିତ ବିନାୟକ ତ୍ରିପାଠୀ , ସ୍ଥାନୀୟ ଶ୍ରୀ କୃଷ୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡ଼ଃ ବିଘନେଶ୍ବର ମିଶ୍ର ଏବଂ ଅବସରପ୍ରାପ୍ତ ସଂସ୍କୃତ ପଣ୍ଡିତ କୁମୁଦ ରଞ୍ଜନ ଦାଶ ପ୍ରମୁଖ ଯୋଗଦେଇ ଦିବସ ପାଳନର ତାତ୍ପର୍ଯ୍ୟ ଓ ସଂସ୍କୃତ ଭାଷାର ମହତ୍ୱର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।
ମୁଖ୍ୟତଃ ସାମ୍ପ୍ରତିକ ସ୍ଥିତିରେ ସଂସ୍କୃତ ଭାଷାର ସୁରକ୍ଷା କରାଯିବା ସହ ଏହା ଧନ୍ଦାମୂଳକ ଓ ଆଇଟି: ଭାଷା ହୋଇ ନ ଥିଲେ ମଧ୍ୟ ତାକୁ ତୃତୀୟ ଭାଷା ସଂସ୍କୃତର ବିକଳ୍ପ ଭାଷା ଭାବେ ଅବସ୍ଥାପିତ କରାଯିବାର ଷଡଯନ୍ତ୍ରକୁ ସମ୍ପୂର୍ଣ୍ଣ ଭାବେ ଅସଫଳ କରିବା ଏବଂ ସଂସ୍କୃତ ଶିକ୍ଷକ ମାନଙ୍କୁ କ୍ୟାଡର ଅନ୍ତର୍ଭୁକ୍ତ ନ କରି ଲାଞ୍ଛନା ଏବଂ ଅବହେଳିତ କରିବାର ପ୍ରଚେଷ୍ଠା ବିଷୟକୁ ମଞ୍ଚାସୀନ ଅତିଥିମାନେ ଘୋର ନିନ୍ଦା କରିଥିଲେ।
କାର୍ଯ୍ୟକ୍ରମରେ ପଣ୍ଡିତ ଶୁଭାଶିଷ ପତି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶ୍ରୀ ଶୁକାନ୍ତ କୁମାର କର ସମସ୍ତ କାର୍ଯ୍ୟକ୍ରମରେ ସଞ୍ଚାଳନ କରିଥିଲେ। ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଦାସ , ଶ୍ରୀ ଗୌରୀ ଶଙ୍କର ମହାରଣା , ଶ୍ରୀ ସନ୍ତୋଷ କୁମାର ଶତପଥୀ , ଶ୍ରୀ ସଞ୍ଜୀବ କୁମାର ଦାସ , ଶ୍ରୀ ସିଏଚ: ଭେଙ୍କେଟେଶ୍ୱର ରାଓ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ସଂସ୍କୃତ ଶିକ୍ଷକ ମାନେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଶେଷରେ ଏହି ଦିବସ ପାଳନ ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଯଥା:- ସଂସ୍କୃତ ଭାଷଣ , ପ୍ରବନ୍ଧ ଓ ଶ୍ଳୋକ ଆବୃତି ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ମଞ୍ଚାସୀନ ଅତିଥିମାନେ ପୁରସ୍କାର ଓ ମାନପତ୍ର ବଣ୍ଟନ କରିଥିଲେ ।
ଏହି ଦିବସ ପାଳନ କାର୍ଯ୍ୟକ୍ରମରେ ଜିଲ୍ଲାର ୫୦ରୁ ଅଧିକ ଉଚ୍ଚ ବିଦ୍ୟାଳୟର ୭୦ରୁ ଅଧିକ ସଂଖ୍ୟାକ ସଂସ୍କୃତ ଶିକ୍ଷକ ମାନେ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.