ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ରାଜୀବ ଗାନ୍ଧୀଙ୍କ ୭୭ତମ ଜୟନ୍ତୀ ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟର ସଭାଗୃହରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ରାଜୀବ ଗାନ୍ଧୀଙ୍କ ୭୭ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସ ଦଳର ନେତା ଓ କର୍ମୀ ମାନେ ଏକତ୍ରିତ ହୋଇ ସ୍ୱର୍ଗୀୟ ରାଜୀବ
ଗାନ୍ଧୀଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଗାନ୍ଧୀଙ୍କ ଗୁଣଗାନ କରିବା ସହ ତାଙ୍କର ନୀତି ଆଦର୍ଶରେ କଂଗ୍ରେସ ଦଳର ନେତା କର୍ମୀ ଅନୁପ୍ରାଣିତ ହୋଇ ଆଗାମୀ ଦିନମାନଙ୍କରେ ଦଳକୁ ଆଗକୁ ବଢ଼ାଇବା ନିମନ୍ତେ ସମସ୍ତଙ୍କ ମତ ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସଂଜୟ ଅଧିକାରୀ, ଅଭିମନ୍ୟୁ ପଣ୍ଡା , ତ୍ରୀନାଥ ପାତ୍ର , ବାବୁଲି ସାହୁ , ଈଶ୍ବର ମାଝି , ମନୋଜ ସାହୁ , ମୁନା ମହାରଣା , ପାର୍ଥ ପାଳ, କୃଷ୍ଣ ବେହେରା , ସୂର୍ଯ୍ୟ ନାରାୟଣ ପାତ୍ର ଯୁବ କଂଗ୍ରେସ ସଭାପତି , ବସନ୍ତ କୁମାର ପଣ୍ଡା ନଗର କଂଗ୍ରେସ ସଭାପତି ପ୍ରମୁଖଙ୍କ ଉପସ୍ଥିତରେ କାର୍ଯ୍ୟକ୍ରମ ସମ୍ପାଦନା କରିଥିଲେ।

Leave A Reply

Your email address will not be published.