ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ୱର୍ଗୀୟ ସଂଗ୍ରାମ ଜେନାଙ୍କୁ ଶ୍ରଦ୍ଧାଞ୍ଜଳି

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ୱର୍ଗୀୟ ସଂଗ୍ରାମ ଜେନାଙ୍କ ଅକାଳ ବିୟୋଗରେ ରାଜ୍ୟ କଂଗ୍ରେସ ମର୍ମାହତ ହୋଇ ପଡ଼ିଥିଲେ। ଏହା ଫଳରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ସ୍ୱର୍ଗୀୟ ଜେନାଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ଶ୍ରଦ୍ଧାଞ୍ଜଳି ଜଣାଇ, ଅମର ଆତ୍ମାର ସଦ୍ ଗତି ନିମନ୍ତେ କାମନା କରିଥିଲେ ଏହି ଅବସରରେ କଂଗ୍ରେସ ଦଳର ସଂଜୟ ଅଧିକାରୀ , ଅଭିମନ୍ୟୁ ପଣ୍ଡା , ତ୍ରୀନାଥ ପାତ୍ର , ବାବୁଲି ସାହୁ , ଈଶ୍ବର ମାଝି , ମନୋଜ ସାହୁ, ମୁନା ମହାରଣା ,ପାର୍ଥ ପାଳ , କୃଷ୍ଣ ବେହେରା , ସୂର୍ଯ୍ୟ ନାରାୟଣ ପାତ୍ର ଯୁବ କଂଗ୍ରେସ ସଭାପତି, ବସନ୍ତ କୁମାର ପଣ୍ଡା ନଗର କଂଗ୍ରେସ ସଭାପତି ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

Leave A Reply

Your email address will not be published.