ଭୁବନେଶ୍ୱର(ଶାସକ ପ୍ରଶାସକ) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି, ଆଜାଦି କା ଅମୃତ ମହୋତ୍ସବ ଅବସରରେ ଆୟକର ବିଭାଗ, ଓଡ଼ିଶା ତରଫରୁ ଏକ ସାଇକେଲ ରାଲି ଆୟୋଜନ କରାଯାଇଥିଲାା ପ୍ରାୟ ୨୫୦ ଜଣ ଏହି ସାଇକେଲ ରାଲିରେ ଯୋଗ ଦେଇଥିଲୋ ଆୟକର ବିଭାଗର ଅଧିକାରୀ, କର୍ମଚାରୀମାନଙ୍କ ସମେତ ବିଭିନ୍ନ ସଂଗଠନର ସାଇକେଲ ଚଳାଳିମାନେ ଏଥିରେ ଯୋଗଦେଇଥିଲୋ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଭୁବନେଶ୍ୱରସ୍ଥ ଆୟକର ଭବନ କାର୍ଯ୍ୟାଳୟରେ ଏହି ରାଲିର ଶୁଭ ଉଦ୍ଘାଟନ କରିଥିଲୋ
ସାଇକେଲ ରାଲି ସକାଳ ୮ଟା ସମୟରେ କଟକର ଆୟକର ଭବନରେ ପହଂଚିଥିଲା | ସେଠାରେ ପ୍ରଧାନ ଆୟକର କମିଶନର ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଏବଂ କଟକ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚଇନି ରାଲିକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲୋ କଟକରୁ ରାଲି ଜାତୀୟ ରାଜପଥ ଦେଇ ଦ୍ୱିପହରରେ ପୁରୀରେ ପହଂଚିଥିଲାା କଟକରେ ଆୟକର ଭବନର କର୍ମଚାରୀମାନେ ରାଲିରେ ସାମିଲ ହୋଇ ସାଇକେଲ ଚଳାଇ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଲୋକମାନଙ୍କ ମଧ୍ୟରେ ଦେଶାତ୍ମଭାବ ଜାଗ୍ରତ କରିଥିଲୋ ଜିଲ୍ଲାପାଳ ମଧ୍ୟ ନିଜେ ସାଇକେଲ ଚଳାଇ ରାଲିରେ ଯୋଗଦେଇଥିବା ଅଂଶଗ୍ରହଣକାରୀଙ୍କୁ ଉତ୍ସାହ ପ୍ରଦାନ କରିଥିଲୋ
ଏହି ରାଲିରେ ଆୟକର କମିଶନର ଶ୍ରୀ ସରୋଜ ମହାପାତ୍ର, ପ୍ରଧାନ ଆୟକର କମିଶନର ଶ୍ରୀ ଅସିତ ମହାପାତ୍ର, ଅତିରିକ୍ତ ଆୟକର କମିଶନର ଶ୍ରୀ ବିଜୟ ଗୌତମ, ଆୟକର ଅଧିକାରୀ ଶ୍ରୀ ରଞ୍ଜନ ମହାନ୍ତି, ଶ୍ରୀ ପି.କେ. ସାହୁ, ଶ୍ରୀ କ୍ଷିତୀଶ ମହାନ୍ତି, ଶ୍ରୀ ଚିତ୍ତ ପଟ୍ଟନାୟକ, ଶ୍ରୀ ଏସ୍.କେ. ଦତ୍ତ, ଶ୍ରୀ ଏସ୍.ପି. ରଥ, ନଜ୍ରୁଲ୍ ଇସ୍ଲାମ୍, ଆଡ୍ଭୋକେଟ୍ ଶ୍ରୀ ପ୍ରଦୀପ ପଟ୍ଟନାୟକ ପ୍ରମୁଖ କର୍ମଚାରୀମାନେ ଯୋଗଦେଇଥିଲୋ
Sign in
Sign in
Recover your password.
A password will be e-mailed to you.