ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଶିଶୁ ସୁରକ୍ଷା ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି।
ସମ୍ବଲପୁର ସ୍ବେଚ୍ଛାସେବୀ ସଂସ୍ଥା ୱାଲ୍ଡ ଭିଜନ ଇଣ୍ଡିଆ ପକ୍ଷରୁ ଶିଶୁ ସୁରକ୍ଷା ସଂପର୍କିତ ଏକ ସଚେତନତା ରଥ ବାହାରି ଶୁକ୍ରବାର ରେଢ଼ାଖୋଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିଲା । ରେଢ଼ାଖୋଲ ଏସଡିପିଓ ପ୍ରଶାନ୍ତ କୁମାର ମେହେର ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ଏହି ରଥଟି ରେଢ଼ାଖୋଲ ବ୍ଲକର ସମସ୍ତ ଗ୍ରାମ ପରିକ୍ରମା କରି ଶିଶୁ ସୁରକ୍ଷା , ନିର୍ଯାତନା , ବିଭିନ୍ନ ହେଲ୍ପଲାଇନ , ଶିଶୁ ସହାୟତା , ଯୋଗାଯୋଗ ସମେତ , କୋଭିଡ ଗାଇଡ ଲାଇନ ପାଳନ ସଂମ୍ପର୍କରେ ଡ଼ାକବାଜି ଯନ୍ତ୍ର ଦ୍ବାରା ଏହି ରଥ ସଚେତନତା କରିବ । ଏହି କାର୍ଯ୍ୟକ୍ରମରେ ରେଢ଼ାଖୋଲ ଥାନା ଅଧିକାରୀ ସୁରୁବାବୁ ଛତ୍ରିଆ , ସଂସ୍ଥାର ଅଭିଜିତ ମହାପାତ୍ର ଏଥିରେ ସାମିଲ ଥିଲେ ।
Sign in
Sign in
Recover your password.
A password will be e-mailed to you.