ସମ୍ବଲପୁର /ରମାକାନ୍ତ ବିଶ୍ବାଳ : ସମୟଥିଲ। ଗୋଟିଏ ବିଏସଏନଏଲ ଲାଣ୍ଡ ଲାଇନ ନେବାକୁ ମାସ ମାସ ଅପେକ୍ଷା କରିବାକୁ ପଡୁଥିଲା। ମୋବାଇଲ ଆସିବା ପରେ ସିମ ପାଇବା ବି ଏତେ ସହଜ ନ ଥିଲା। ସମସ୍ତେ ବିଏସଏନଏଲ ସେବା ଉପରେ ନିର୍ଭରଶୀଳ ଥିଲେ। ଏବେ କିନ୍ତୁ ପରିବର୍ତ୍ତିତ ପରିସ୍ଥିତି ରେ ଗ୍ରାହକ ବିଏସଏନଏଲ ଠାରୁ ମୁଁହ ଫେରାଉଛନ୍ତି ବୋଲି ଟେଲିଫୋନ ଉପଦେଷ୍ଟା କମିଟିର ର ପୂର୍ବ ସଦସ୍ୟ ତଥା ଜାତୀୟ ସାମ୍ୱାଦିକ ସଂଘ ର ରାଷ୍ଟ୍ରୀୟ ଉପସଭାପତି ପ୍ରଶାନ୍ତ ପାଢ଼ୀ ଅଭିଯୋଗ କରିଛନ୍ତି। ଜିଲ୍ଲା ର ବିଭିନ୍ନ ଉପଖଣ୍ଡ ଟେଲିଫୋନ ଅଧିନରେ ବହୁ ସମୟରେ ନେଟ ୱାର୍କ ରହୁନଥିବାରୁ ଏବେ ଅନଲାଇନ ପାଠ ପଢାରେ ଛାତ୍ର ଛାତ୍ରୀ ନାହିଁ ନ ଥିବା ସମସ୍ୟା ଓ ଅସୁବିଧାର ସମ୍ମୁଖିନ ହେଉଛନ୍ତି ବୋଲି ଶ୍ରୀ ପାଢ଼ୀ କହିଛନ୍ତି। ନେଟ ନେଇଥିବା ଗ୍ରାହକଙ୍କ ଟେଲିଫୋନ ବର୍ଷ ବର୍ଷ ହେଲାଣି ଚାଲୁନାହିଁ।
ଅଭିଯୋଗ ଏବଂ ଅନୁସନ୍ଧାନ ସକାଶେ ଥିବା ଫୋନ କୁ ପ୍ରାୟତଃ କେହି ଉଠାନ୍ତି ନାହିଁ। ବୁର୍ଲା ଏବଂ ସମ୍ବଲପୁର ସହର ରେ ଏହା ପ୍ରାୟତଃ ଦେଖାଯାଇଥାଏ। ପୂର୍ବରୁ ଥିବା ଲେଣ୍ଡ ଲାଇନ ସଂଖ୍ୟା କମିଯାଇଛି। ଗାଁ ରେ ଲାଗିଥିବା ୱିଲ ଫୋନ ମଧ୍ୟ ବନ୍ଦ ହୋଇଯାଇଛି। କେଉଁଠି ତାର ଚିଣ୍ଡିଲେ ଅଭିଯୋଗ କଲେ ମରାମତି ସକାଶେ ସପ୍ତାହେ ଲାଗୁଛି। ସବୁ ଆଡ଼େ କର୍ମଚାରୀ ଙ୍କ ଅଭାବ, outsourcing service ରେ ଚାଲୁଛି। ବିଲ ଆଦାୟ ଠାରୁ ମରାମତି ଯାଏଁ ସବୁ କାର୍ଯ୍ୟ ଠିକା ଦେବା ପରେ ଏଭଳି ବିପର୍ଯ୍ୟସ୍ତ ଅବସ୍ଥା ଦେଇ ଗତିକରୁଚି ବିଏସଏନଏଲ ପରି ରାଷ୍ଟ୍ରୀୟ telecom ସଂସ୍ଥା ବୋଲି ଶ୍ରୀ ପାଢ଼ୀ କହିଛନ୍ତି। ଠିକା ସଂସ୍ଥା ଠିକ ଭାବେ ତଦାରଖ କରୁନଥିବା ସେ ଅଭିଯୋଗ କରିଛନ୍ତି। ଦୁର୍ଗମ ଅଞ୍ଚଳରେ ନେଟ ୱାର୍କ ରହୁନଥିବାରୁ ଲୋକଙ୍କୁ ଏବଂ ଛାତ୍ର ଛାତ୍ରୀ ଙ୍କୁ ଅସୁବିଧା ହେଉଛି। ଠିକା କର୍ମଚାରୀ ମାନେ ବହୁବର୍ଷ ଧରି କାର୍ଯ୍ୟ କରିବା ପରେ ମଧ୍ଯ ସେମାନଙ୍କୁ ଅଧିକା ଦରମା ଦେବା କିମ୍ବା ସ୍ଥାୟୀ କରାଯାଉନଥିବାରୁ ଅଭିଜ୍ଞତା ଥିବା ଠିକା ଶ୍ରମିକ ବହୁ ସଂଖ୍ୟାରେ ଚାକିରି ଛାଡି ଦେଲେଣି। ଯଦ୍ୱାରା ଏକ୍ସଚେଞ୍ଜ ଗୁଡ଼ିକର ରକ୍ଷଣା ବେକ୍ଷଣ କ୍ଷେତ୍ରରେ ଅସୁବିଧା ଉପୁଜୁଥିବା ଦେଖିବାକୁ ମିଳୁଛି। କରେଣ୍ଟ ଗଲେ ଟାୱାର ନିକଟରେ ଥିବା ଜେନେରେଟର ଚାଲୁ କରିବା ସକାଶେ କର୍ମଚାରୀ ରହୁନଥିବାରୁ ବିଏସଏନଏଲ ନେଟ ୱର୍କ ବିଲକୁଲ ରହୁନି। ତୁରନ୍ତ ଏ ସବୁ ସମସ୍ୟାର ସମାଧାନ କରିବାକୁ ପ୍ରଶାନ୍ତ ପାଢ଼ୀ କେନ୍ଦ୍ର ଓ ରାଜ୍ୟ ବିଏସଏନଏଲ କର୍ତ୍ତୃପକ୍ଷଙ୍କୁ ପତ୍ର ଲେଖି ଦାବି କରିଛନ୍ତି ପ୍ରଶାନ୍ତ ପାଢ଼ୀ ।
Sign in
Sign in
Recover your password.
A password will be e-mailed to you.