ରାଜ୍ୟ ପୋଲିସ ମୁଖ୍ୟାଳୟରେ ଜାତୀୟ ସଦ୍‌ଭାବନା ଦିବସ ଶପଥ ପାଠ

0 2

କଟକ – ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଜାତୀୟ ସଦ୍‌ଭାବନା ଦିବସ ଅବସରରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି | ରାଜ୍ୟଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସଦ୍‌ଭାବନା ଶପଥ ପାଠ କରାଇଥିଲେ | ଏହି ଅବସରରେ ପୋଲିସ ମୁଖ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଜାତି, ଧର୍ମ, ଭାଷା ଓ ଅଞ୍ଚଳ ନିର୍ବିଶେଷରେ ଦେଶରେ ସଦ୍‌ଭାବ ଏବଂ ଭାବନାତ୍ମକ ଏକତା ନିମନ୍ତେ କାର୍ଯ୍ୟ କରିବା ସହ ନିଜ ନିଜ ମଧ୍ୟରେ ଥିବା ମତଭେଦକୁ ଆପୋଷ ଆଲୋଚନା, ଅହିଂସା ତଥା ସାମ୍ୱିଧାନିକ ବିଧି ବ୍ୟବସ୍ଥା ମାଧ୍ୟମରେ ସମାଧାନ କରିବାକୁ ଶପଥ କରିଥିଲେ |

ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଶ୍ରୀ ଆର୍. କେ ଶର୍ମା, ଆଇ.ପି.ଏସ, ଏଡିଜି (ଆଇନ ଶୃଙ୍ଖଳା), ଶ୍ରୀ ଏସ. ଦେବଦତ୍ତ ସିଂ, ଆଇ.ପି.ଏସ, ଆଇ.ଜି (ହେଡକ୍ୱାର୍ଟର), ଶ୍ରୀ ୟତିନ୍ଦ୍ର କୋଏଲ, ଆଇ.ପି.ଏସ, ଆଇ.ଜି (ପ୍ରୋଭିଜନିଙ୍ଗ), ଶ୍ରୀ ଏସ୍‌. ପ୍ରବିଣ କୁମାର, ଆଇ.ପି.ଏସ, ଆଇ.ଜି (ପର୍ସୋନେଲ)ଙ୍କ ସମେତ ସମସ୍ତ ସଂସ୍ଥା ଅଧିକାରୀ, ଉପବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଶପଥ ପାଠ କରିଥିଲେ |

Leave A Reply

Your email address will not be published.