ସ୍ୱାଧିନତା ର ୭୫ ବର୍ଷ ପରେ ନିଜ ପଞ୍ଚାୟତ ରେ ବ୍ୟାଙ୍କିଙ୍ଗ ସୁବିଧା ପାଇଲେ କୁଦଗୁଣ୍ଡେରପୁର ବାସିନ୍ଦା

0 2

ସମ୍ବଲପୁର/ ରମାକାନ୍ତ ବିଶ୍ବାଳ : ଦେଶ ସ୍ୱାଧିନତା ପାଇବାର ୭୫ ବର୍ଷ ପରେ ନିଜ ଅଞ୍ଚଳରେ ସିଧାସଳଖ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ର ସୁବିଧା ପାଇଁଲେ ସମ୍ବଲପୁର ଜିଲ୍ଲାର କୁଦଗୁଣ୍ଡେରପୁର ବାସିନ୍ଦା । ସମ୍ବଲପୁର ଜିଲ୍ଲା ପ୍ରଶାସନ ପ୍ରଚେଷ୍ଟାରେ କୁଦଗୁଣ୍ଡେରପୁର ପଞ୍ଚାୟତ ରେ ପ୍ରଥମଥର ପାଇଁ ଖୋଲିଳା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଗ୍ରାହକ ସେବା କେନ୍ଦ୍ର । ତେବେ ନିଜ ପଞ୍ଚାୟତ ରେ ବ୍ୟାଙ୍କି ସୁବିଧା ପାଇବାରୁ ବହୁ ବର୍ଷ ର ସପ୍ନ ପୁରଣ ହେବାରୁ ପଞ୍ଚାୟତ ବାସିନ୍ଦା ବେଶ ଖୁସିଥିବା ଦେଖାଦେଇଛି ।
ଏକଦା ଏକ ଦ୍ୱୀପ ମଧ୍ୟରେ ଥିବା କୁଦଗୁଣ୍ଡେରପୁର କୁ ଯିବାକୁ ଯୋଗାଯୋଗ ଠିକ ନଥିବାରୁ ଏହି ପଞ୍ଚାୟତ ରେ ବିକାଶ ଧାରା ଧିମେଇ ଯାଇଥିଲା । ତେବେ ଏହି ପଞ୍ଚାୟତ କୁ ଯାତାୟତ ସଂଯୋଗ ପାଇଁ ନଦୀରେ ବୄହତ ସେତୁ ନିର୍ମାଣ ପରେ ଏବେ ପ୍ରଶାସନ ର ଫୋକସ ରହିଛି ବିକାଶ ଧାରା ରେ ପଛେଇ ଯାଇଥିବା ଏହି ପଞ୍ଚାୟତ କୁ ବିକଶିତ କରିବାର କାଯ୍ୟ । ଏହି ପଞ୍ଚାୟତ ର ଚାରିପଟେ ମହାନଦୀ ର ଜଳରାଶି ଘେରିଥିବା ବେଳେ ଏହା ଏକ ଦ୍ୱୀପ ସଦୄଶ ଥିବାରୁ ଏଠାକୁ ଯିବା ପାଇଁ ବ୍ରିଜ ନିର୍ମାଣ ହେବା ପରେ ଆଜି ଏଠାରେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ର ଏକ ଗ୍ରାହକ ସେବା କେନ୍ଦ୍ର ଖୋଲା ଯାଇ ଲୋକଙ୍କୁ ବ୍ୟାଙ୍କି ସୁବିଧା ଦେବାପାଇଁ ପ୍ରୟାସ ଆରମ୍ଭ କରାଯାଇଛି ।
ପୁର୍ବରୁ ଏହି କୁଦଗୁଣ୍ଡେରପୁର ପଞ୍ଚାୟତ ର ୭ ଟି ରାଜସ୍ୱ ଗ୍ରାମର ଲୋକେ ଙ୍କୁ ବ୍ୟାଙ୍କ କାମ ପାଇଁ ୧୫ ରୁ ୨୦ କିମି ଦୂର ଯିବାକୁ ପଡୁଥିଲା । ଏହାସହ ରୁଣ ଲେଣଦେଣ ସହ ଅନ୍ୟାନ୍ୟ ବ୍ୟାଙ୍କି କାଯ୍ୟ ପାଇଁ ମଧ୍ୟ ୧୫ କିମି ଗୋସାଲା କିମ୍ବା ସମ୍ବଲପୁର ଉପରେ ନିର୍ଭର କରି ଅଯଥା ଖର୍ଚ୍ଚାନ୍ତ ହେଉଥିଲେ ପଞ୍ଚାୟତ ବାସିନ୍ଦା । ଏଥିପାଇଁ ଏହି ଦ୍ୱୀପ ସଦୄଶ ପଞ୍ଚାୟତ ରେ ଲୋକଙ୍କ ସୁବିଧା ପାଇଁ ଏକ ବ୍ୟାଙ୍କ ର ଗ୍ରାହକ କେନ୍ଦ୍ର ଖୋଲିବା ପାଇଁ ଅଞ୍ଚଳବାସୀ ବହୁବାର ଦାବି କରି ଆସୁଥିଲେ । ପରିଶେଷରେ ଲୋକଙ୍କ ଦାବି ମୁତାବକ କୁଦଗୁଣ୍ଡେରପୁର ରେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଏକ ଗ୍ରାହକ ସେବା କେନ୍ଦ୍ର ଖୋଲାଯାଇଛି । ଏହି ଗ୍ରାହକ ସେବା କେନ୍ଦ୍ର କୁ ଆଜି କୁଦଗୁଣ୍ଡେରପୁର ପଞ୍ଚାୟତ ବାସିନ୍ଦା ଙ୍କ ଉଦ୍ଧେଶ୍ୟରେ ସମ୍ବଲପୁର ଜିଲ୍ଲାପାଳ ଦାୟିତ୍ୱ ରେ ଥିବା ପିଡି ଡିଆରଡିଏ ସୁକାନ୍ତ କୁମାର ତ୍ରିପାଠୀ ଫିତା କାଟି ଉଦଘାଟନ କରିଥିଲେ ।
କୁଦଗୁଣ୍ଡେରପୁର ପଞ୍ଚାୟତ କୁ ପୁର୍ବରୁ ସଠିକ ଯାତାୟାତ ସୁବିଧା ନଥିବାରୁ ବିକାଶ କାଯ୍ୟ ଧିମେଇ ଯାଇଥିବା ବେଳେ ଏଠାରେ ଆଗାମୀ ଦିନରେ ବହୁ ବିକଶିତଯୋଜନା କାର୍ଯ୍ୟକାରୀ କରାଯିବାକୁ ଜିଲ୍ଲା ପ୍ରଶାସନ ଘୋଷଣା କରିଛି ।

Leave A Reply

Your email address will not be published.