
ପଦ୍ମପୁର(ଶାସକପ୍ରଶାସକ)-ଗରିବ, ନିଃସହାୟ ବ୍ୟକ୍ତି ବିଶେଷ ଙ୍କ ଅସହାୟ ସମୟ ରେ ସାହାଯ୍ୟ ପ୍ରଦାନ କ୍ଷେତ୍ରରେ ପଦ୍ମପୁର ଅଞ୍ଚଳ ବାସୀ ଙ୍କ ହୃଦୟ ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଶ୍ରୀ ମହେନ୍ଦ୍ର ବଢ଼େଇ | ସତରେ ସେ ଦେବଦୂତ ଭଳି ଖବର ପାଇବାପରେ ସେ କାଳବିଳମ୍ବ ନକରି ଅଞ୍ଚଳ ର କେତେକ ସମାଜସେବୀ ଙ୍କ ମାଧ୍ୟମରେ ଆର୍ଥିକ ରାଶି ସମେତ ରାଜନ ସାମଗ୍ରୀ ପହଞ୍ଚାଇ ବେଶ ପ୍ରିୟ ଭାଜନ ହୋଇପାରିଛନ୍ତି lଏ ପରିପ୍ରେକ୍ଷୀରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସର୍ଗିବାହାଲ ଗ୍ରାମର ଦିନ ମଜୁରିଆ ଶ୍ରୀ ପ୍ରଫୁଲ୍ଲ ବେହେରା , ତାଙ୍କ ଶରୀରର ଗୋଟିଏ ପାର୍ଶ୍ବ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଯାଇଛି l ଏ ସମ୍ପର୍କରେ ସର୍ଗିବାହାଲ ଗ୍ରାମ ର ମନୋଜ ମେହେର ଙ୍କ ଠାରୁ ଶ୍ରୀ ବଢ଼େଇ ଖବର ପାଇଲେ | ତାଙ୍କ ନିର୍ଦ୍ଦେଶକ୍ରମେ ଟାଲ ଗ୍ରାମ ର ଏବଂ ସର୍ଗିବାହାଲ ଗ୍ରାମ ର ଯୁବଗୋଷ୍ଠୀ ପିଡିତ ଙ୍କ ଘରକୁ ଯାଇ କିଛିଦିନ ଚଳିବା ପାଇଁ ଅତ୍ୟାବଶ୍ୟକୀୟ ରାସନ୍ ସାମଗ୍ରୀ ସହ ଔଷଧ ଖର୍ଚ୍ଚ ପାଇଁ ୫୦୦୦ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି l ଏ ଦୁଃଖଦ ପରିସ୍ଥିତି ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମ ର ସୁବ୍ରତ ରଥ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରାଜିବ ମେହେର, ଉମେଶ ଅଗ୍ରୱାଲ ଏବଂ ଟାଲ ଗ୍ରାମ ର ମାରୁତି ମିଶ୍ର, ନିରଞ୍ଜନ ସେଠ ପ୍ରମୁଖ ଉପସ୍ଥିତ ଥିଲେ l ଶ୍ରୀ ସଞ୍ଜୟ ବଢେଇ ପୀଡ଼ିତ ଙ୍କୁ ଯଥା ସମ୍ଭବ ଆଗକୁ ସାହାଯ୍ୟ ପାଇଁ ଚେଷ୍ଟା କରିବୁ ବୋଲି କହିଛନ୍ତି l