ନୂଆଁଖାଇ ରହିଲା ମାସେ, ଗାଁ ଗୁଡିକରେ ଦାଦନ ସର୍ଦ୍ଦାର ସକ୍ରିୟ

0 3

ପାଟଣାଗଡ଼, ( ଯତୀନ୍ଦ୍ର ନନ୍ଦ )-ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ରହିଲା ଆଉ ମାସେ | ଅପରପଟେ ଦାଦନ ସର୍ଦ୍ଦାର ମାନେ ଏହାର ଭରପୁର ଫାଇଦା ଉଠାଇବା ପାଇଁ ଗାଁ ଗଣ୍ଡା ଗୁଡିକରେ ସକ୍ରିୟ ହେବାର ଆରମ୍ଭ କଲେଣି | ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇକୁ ସ୍ଥାନୀୟ ଅଞ୍ଚଳର ପ୍ରତିଟି ପରିବାର ବେଶ ଧୂମଧାମରେ ମାନିବା ପାଇଁ ନୁଆଁ କପଡା ସହ ଅନ୍ୟାନ୍ୟ ସାମଗ୍ରୀ ଆଦିର ଆବଶ୍ୟକ ରହିଥାଏ! ଏହାର ଫାଇଦା ଉଠାଇବାକୁ ଯାଇ ଦାଦନ ସର୍ଦ୍ଦାର ମାନେ ଶ୍ରମିକ ମାନଙ୍କୁ ବଇନା ଆକାରରେ କିଛି  ଟଙ୍କାଦେଇ ନିଜ ନିଜ ହାତକୁ ନେଇଆସିଥାନ୍ତି | ନୂଆଁଖାଇ ପରେ ଚାଷ କାର୍ଯ୍ୟ ଆରମ୍ଭ ଲୋକଙ୍କ ଦାଦନ ଯିବା ଆରମ୍ଭ ହୋଇଯାଏ  | ବିଶେଷ କରି, ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଉପଖଣ୍ଡର ବେଲପଡା ବ୍ଲକ, ଖପ୍ରାଖୋଲ ବ୍ଲକ ଓ ପାଟଣାଗଡ଼ ବ୍ଲକ ଅଞ୍ଚଳର ଲୋକେ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଇଥାନ୍ତି ! ପ୍ରକାଶ ଥାଉକି, ନୂଆଁଖାଇ ସରିବା ପରେ ପ୍ରତି ବର୍ଷ ଏହି ଅଞ୍ଚଳରୁ ହଜାର ହଜାର ସଂଖ୍ୟକ ଶ୍ରମିକ ଦାଦନ ଖଟିବା ପାଇଁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ଆସାମର ଚାବଗିଚା, ମୁମ୍ବାଇ, ଚେନାଇ, ପଞ୍ଜାବ, ମଧ୍ୟପ୍ରଦେଶର ନାଗପୁର, ଭିଳାଇ, ରାଇପୁର,ଛତିଶଗଡ ଆଦି ଅଞ୍ଚଳକୁ ଯାଇ ପେଟ ପୋସିଥାନ୍ତି! ଏହାରି ମଧ୍ୟରେ ଦାଦନ ଖଟିବାକୁ ଯାଇଥିବା ପରିବାର ମାନେ ଅସ୍ୱାସ୍ଥ୍ୟକର ପରିବେଶରେ ରହି ବିଭିନ୍ନ ପ୍ରକାର ରୋଗ ବ୍ୟାଧିର ଶିକାର ହୋଇ ମୂଲ୍ୟବାନ ଜୀବନ ହରାଉଥିବା ବେଳେ ଝିଅ ବୋହୁ ମଧ୍ୟ ଅନ୍ୟାୟ ଅତ୍ୟାଚାରୀତାର ଶିକାର ହେଉଥିବାର ନିୟମିତ ଅଭିଯୋଗ ହୋଇଆସୁଥିଲେ ମଧ୍ୟ ରାଜ୍ୟସରକାରଙ୍କର ଯାଏକି ଆସେ ବୋଲି ବିଭିନ୍ନ କଟାକ୍ଷ ମାନ ଶୁଣିବାକୁ ମିଳୁଛି  | ତେବେ ଏଠାରେ ନକହି ରହିହେଉନିଯେ, ଦାରିଦ୍ରତା କାରଣରୁ ଶିଶୁ ମାନେ ପାଠ ପଢ଼ାରେ ମଧ୍ୟ ଡୋରି ବାନ୍ଧିଥାନ୍ତି !ଏତେସବୁ ସମସ୍ୟା ନଜରକୁ ଆସୁଥିଲେ ବି ସରକାର ଦାଦନ ଚାଲାଣକୁ ରୋକିପାରୁ ନାହିଁକି, ରୋକିବାକୁ ଚାହୁଁନାହିଁ?? ତାହା ଏବେ ଜନସାଧାରଣରେ ସରକାରଙ୍କୁ ପ୍ରଶ୍ନ ହୋଇଛି | ଆଉ ସରକାର ଏହାର ଉତ୍ତର ରଖିଲେ ଅତନ୍ତଃ ଜାଣିବା ପାଇଁ ଚାହୁଁଥିବା ବ୍ୟକ୍ତିବିଶେଷଙ୍କର ସନ୍ଦେହ ଦୂର ହେବା ସହ ସରକାରଙ୍କର ଭାବମୂର୍ତ୍ତିରେ ଆଞ୍ଚ ନ ଆସନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି !! ସରକାରଙ୍କର କୋଟି କୋଟି ଟଙ୍କାର ଯୋଜନା କିପରି ଲକ୍ଷ ପୂରଣ କରୁଛି ଏଠି ଭଲ ଭାବରେ ମନଦେଇ ବୁଝିଲେ ଆପେଆପେ ବୁଝାପଡ଼ିଯିବ! ମନରେଗା ଯୋଜନାରେ କାମ କରିଥିବା ଶ୍ରମିକଙ୍କୁ ପାଉଣା ଆଜିଯାଏ ମିଳିନାହିଁ, ଏମିତି ଆହୁରି ଅନେକ ନଜିର ରହିଛି ! ତେବେ ସରକାରଙ୍କୁ ନିବେଦନ କିପରି ଯୋଜନାକୁ ପରିଚାଳନା କରାଯିବ ଆରମ୍ଭରୁ ଶେଷ ଯାଏ ସେନେଇ ଯତ୍ନବାନ ହେବାର ଆବଶ୍ୟକତା ରହିଛି |

Leave A Reply

Your email address will not be published.