ଶିଶୁ ଯୌନ ଉତ୍ପୀଡ଼ନ ମାମଲା ରୋକିବା ପାଇଁ ତାଲିମ ଶିବିର

0 2

ସମ୍ବଲପୁର/ରମାକାନ୍ତ ବିଶ୍ବାଳ – ସମ୍ବଲପୁର ଠାରେ ଶିଶୁ ଯୌନ ଉତ୍ପୀଡ଼ନ ମାମଲା ରୋକିବା ପାଇଁ କାର୍ଯ୍ୟ  କରୁଥିବା ବ୍ୟକ୍ତି ବିଶେଷ ଓ ସଂଗଠନ ମାନଙ୍କୁ ନେଇ ବିଶେଷ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବିର ରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଓ ଜେଜେବି ସଭ୍ୟ ମାନଙ୍କୁ କିଭଳି ସେମାନଙ୍କ କାର୍ଯ୍ୟଦକ୍ଷତା ବୄଦ୍ଧି କରାଯିବ ସେନେଇ ବିଶେଷ ଆଳୋଚନା କରାଯିବା ସହ ତାଲିମ ଦିଆଯାଇଥିଲା । ସମ୍ବଲପୁର ଜିଲ୍ଲାରେ ଶିଶୁ ମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ସ୍ୱତନ୍ତ୍ର ତାଲିମ ଦିଆଯିବା ସହ ଶିଶୁ ଯୌନ ଉତ୍ପୀଡ଼ନ ମାମଲା ଗୁଡିକୁ କିପରି ଭାବରେ ପରିଚାଳନା କରି ସମାଧାନ ବାହାର କରିବେ ସେନେଇ ଏହି ଶିବିର ରେ ତାଲିମ ଦିଆଯାଇଥିଲା । ଏହାସହ ଶିଶୁ ଙ୍କୁ ସୁରକ୍ଷା ଦେବାକୁ ଥିବା ବିଭିନ୍ନ ଆଇନ ଉପରେ ମଧ୍ୟ ସେମାନଙ୍କୁ ସଚେତନ କରାଯାଇଥିଲା । ଏହି ତାଲିମ ଶିବିର କୁ ଭୁବନେଶ୍ୱର ର ପିକକ ଅନୁଷ୍ଠାନ ପକ୍ଷରୁ ସମ୍ବଲପୁର ର ଆଦର୍ଶ ଓ world vision India ସହଯୋଗ ର ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.