ପଦ୍ମପୁରକୁ ମରୁଡି ଅଂଚଳ ଘୋଷଣା ଦାବି

0 2

ଝାରବନ୍ଧ-ମନୋହର ଦାଶ-ଶ୍ରାବଣ ସରିବାକୁ ବସିଲାଣି କିନ୍ତୁ ବର୍ଷା ର ଦେଖା ନାହିଁ।କେତେକ ସ୍ଥାନରେ ଅଳ୍ପ ପରିମାଣ ର ବର୍ଷା ହୋଇଥିବା ବେଳେ ପଦ୍ମପୁର,ଝାରବନ୍ଧ,ପାଇକମାଲ,ବିଜେପୁର,ସୋହେଲା,ଗାଇସିଲେଟ ପ୍ରଭୁତି ବ୍ଲକ ର ଗ୍ରାମ ମାନଙ୍କରେ ଆଦୌ ବର୍ଷା ହୋଇ ନାହିଁ।ଘନ ଘନ ବିଦ୍ୟୁତ କାଟ ଓ ଲୋ ଭୋଲ୍ଟେଜ ହେତୁ ଗଭୀର ନଳକୂପ ଗୁଡିକ କାମକୁ ଆସୁନାହିଁ। ବିଦ୍ୟୁତର ଲୁଚକାଳି ଯୋଗୁଁ ଚାଷୀଙ୍କ ମୋଟର ପୋଡିଯାଉଛି।ବର୍ତ୍ତମାନ ପରିସ୍ଥିତି ରେ ଚାଷୀ ଙ୍କୁ ଆହୁରି ଯନ୍ତ୍ରଣା ଦାୟକ ଅଟେ।ବର୍ଷା ଅଭାବରୁ ବହୁ ସ୍ଥାନ ରେ ଧାନ ବୁଣା,ବେଉଷଣ, ରୁଆ କାମ ହୋଇପାରି ନାହିଁ।ଶ୍ରାବଣ ମାସକୁ ଧାରା ଶିରାବଣ ବୋଲି କୁହାଯାଏ।ଏହିମାସ ରେ ବର୍ଷା ଲାଗି ରହିଥାଏ। ଏବେ ଶ୍ରାବଣ ମାସ ମାତ୍ର ଆଉ ପାଞ୍ଚ ଦିନ ବାକି ରହିଲା ବର୍ଷା ର ଦେଖା ନାହିଁ।ବର୍ଷା ଋତୁ ଅଧାଅଧି ସମୟ ଅତିବାହିତ ହୋଇଗଲାଣି। ବର୍ତ୍ତମାନ ସମୟରେ ଚାଷ ଜମିରେ ଶସ୍ୟ ସବୁଜ ରଙ୍ଗ ଧାରଣ କରି ମନ ଆକର୍ଷଣ କରିନେଉଥାଏ କିନ୍ତୁ ଚାଷୀଙ୍କ ଫସଲ ପାଚିଲା ପଡିଯାଇ ପାଣି ଅଭାବରୁ ଅନାଵନା ଘାସ ଉଠିଯାଇ ଜମି ଶୁଷ୍କପଡି ଫାଟି ଆଁ କଲାଣି।ନିଆଣ୍ଟିଆ ମୌସୁମୀ ବର୍ଷା ଯୋଗୁଁ ଫସଲ ହାନି ହୋଇଗଲାଣି।ଚଳିତ ବର୍ଷ ମୌସୁମୀ ବର୍ଷା ସ୍ବଭାବିକ ଠାରୁ ଅଧିକ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଯେଉଁ ପୂର୍ବାନୁମାନ କରିଥିଲା ତାହା ଏବେ ଏକ ପ୍ରକାର ଭୁଲ ପ୍ରମାଣିତ ହୋଇଛି କିନ୍ତୁ ଏହା ସତ୍ୟ ଯେ ଚଳିତ ମୌସୁମୀ ଋତୁରେ କେଉଁଠି ଅତିବୃଷ୍ଟି ଯୋଗୁଁ ଜଳ ପ୍ରଳୟ ହୋଇଥିବା ବେଳେ କେଉଁଠି ଅନାବୃଷ୍ଟି ଯୋଗୁଁ ମରୁଡି ପରିସ୍ଥିତି ଉତ୍ପନ୍ନ ହୋଇଛି।ସପ୍ତାହ ମଧ୍ୟରେ ଲଗାଣ ବର୍ଷା ନହୁଏ ତେବେ ପରିସ୍ଥିତି କୃଷିକ୍ଷେତ୍ର ରେ ସର୍ବନାଶ କାରଣ ହେବା ସୁନିଶ୍ଚିତ ଅଟେ।କେତେକ ଗ୍ରାମାଞ୍ଚଳ ରେ ଗାଈଗୋରୁ ଧାନ ବିଲ ମାନଙ୍କ ରେ ଛାଡ଼ିଦେଲେଣି।
ତେଣୁ ପଦ୍ମପୁର କୃଷକ ସଙ୍ଗଠନ ର ଏକ ବୈଠକ ସ୍ଥାନୀୟ ଗୋରୁବଜାର ଠାରେ ସଭାପତି ବାଞ୍ଛାନିଧି ନାୟକଙ୍କ ନେତୃତ୍ୱରେ ୬ଟି ବ୍ଲକର ଚାଷୀପ୍ରତିନିଧି ଯୋଗ ଦେଇ ପଦ୍ମପୁର ଉପଖଣ୍ଡ କୁ ମରୁଡି ଅଂଚଳ ଘୋଷଣା କରିବାକୁ ଏକ ଦାବିପତ୍ର ଉପଜିଲ୍ଲାପାଳ ତ୍ରିଲୋଚନ ପାତ୍ର ଙ୍କୁ ପ୍ରଦାନ କରିଛନ୍ତି।

Leave A Reply

Your email address will not be published.