ରକ୍ଷକ ସାଜିଲା ଭକ୍ଷକ: ଜଙ୍ଗଲ ବିଭାଗ କର୍ମଚାରୀଙ୍କ ନାମରେ ସାଂଘାତିକ ଅଭିଯୋଗ

0 1

ସମ୍ବଲପୁର/ ରମାକାନ୍ତ ବିଶ୍ୱାଳ : ରେଙ୍ଗାଲି ବନବିଭାଗ କର୍ମଚାରୀଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ। ଜଙ୍ଗଲ ଓ ପଶୁପକ୍ଷୀ ରକ୍ଷା କରିବା ପାଇଁ ନିୟୋଜିତ କର୍ମଚାରୀ ଏବେ ଜଙ୍ଗଲ ଧ୍ୱଂସ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି। ଏଭଳି ଅଭିଯୋଗ ଆସିଛି ରେଙ୍ଗାଲି ବନବିଭାଗ ରେ କାର୍ଯ୍ୟରତ ଥିବା ଏଲିଫେଣ୍ଟ ୱାଚର ଜେଠୁ ମକରଙ୍କ ନାମରେ। ଜେଠୁ ବେଆଇନ ଭାବେ ତାଙ୍କ ଘରେ ଶାଳ ଗଣ୍ଡି ରଖିଥିବା ଅଭିଯୋଗ ହେଲା ପରେ ବନ ବିଭାଗ ତାଙ୍କ ଘର ଉପରେ ଚଢ଼ାଉ କରି ୫ ଖଣ୍ଡ ଶାଳ ଗଣ୍ଡି ଜବତ କରିଥିବା ବେଳେ ୩ଟି ବିଶାଳ ବିଜା କାଠ ଗଣ୍ଡି ଜବତ କରିଛି। ଏନେଇ ବନ ବିଭାଗ ଏକ ମାମଲା ରୁଜୁ କରିଛି। ବନ ବିଭାଗ ଜେଠୁ ମକରଙ୍କ ସହ ତାଙ୍କ ଭାଇ ଦୁଅରୁ ମକରଙ୍କ ନାମରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

Leave A Reply

Your email address will not be published.