ଆମ୍ବୁଲାନ୍ସ ଆସିବା ଗାଁକୁ ଦିବାସପନ , ଭାରରେ ବୁହାହୋଇ ଗଲାବେଳେ ବାଟରେ ଚାଲିଗଲା ପ୍ରାଣ !
କଲ୍ୟାସିଂହପୁର/ପ୍ରଦୀପ ଦଲାଇ : ରାୟଗଡା ଜିଲ୍ଲା କଲ୍ୟାସିଂହପୁର ବ୍ଳକ ଅନ୍ତର୍ଗତ ଧାମୁଣି ପୋଙ୍ଗା ପଞ୍ଚାୟତ ରାବ ଗୁଡା ଗାଁ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାହାକି ବ୍ଲକ ରେ ଚାଞ୍ଚଲ୍ୟ ସୁଷ୍ଟି କରିଛି। ଆଜ କୁ ପ୍ରାୟ ୩ ବର୍ଷ ହେବ ପ୍ରଧାମନ୍ତ୍ରୀ ଗ୍ରାମ ସଡ଼କଯୋଜନାରେ ଚାଲୁ ଥିବା ରାସ୍ତା କାମ ଅଧା ରେ ରହିପଡିଥିବା ବେଳେ ଗାଁ ଲେକେ ନାହିଁ ନ ଥିବା ଅସୁବିଧା ରେ ପଡୁଥିବା ଦେଖିବାକୁ ମିଳୁଛି। ଗତ କାଲି ସନ୍ଧ୍ୟା ସମୟରେ କର୍ଶିକା ଲିକେ (୬୦) ଙ୍କ ଦେହ ଅସୁସ୍ଥ ହୋଇପଡିବାରୁ କିଛି ସଂପର୍କୀୟ ମାନେ ଚାଦର କୁ ଭାର କରି ନେବା ସମୟରେ ଅଧା ବାଟରେ ତାଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। ଗାଁ ଲୋକଙ୍କ ଅଭିଯୋଗ ଅନୁଯାୟୀ ମୃତ୍ୟୁ ର ମୁଖ୍ୟ କାରଣ ହେଉଛି ରାସ୍ତା ସମସ୍ୟା | ଯାହା ଦ୍ୱାରା ବାରମ୍ବାର ଏଭଳି ଘଟଣା ଘଟୁଛି । ଆମ୍ବୁଲାନ୍ସ କିମ୍ୱା ଅଟୋ କିମ୍ବା ବାଇକ୍ ମଧ୍ୟ ଗାଁ କୁ ପହଞ୍ଚି ପାରୁନାହିଁ। ବିଭିନ୍ନ ସମୟରେ ପ୍ରସ୍ତୁତି ମହିଳା, ରୋଗି ,ସ୍କଲ ,କଲେଜ୍ ଛାତ୍ର ଛାତ୍ରୀ ନାହିଁ ନ ଥିବା ଅସୁବିଧା ଭଗୁଛନ୍ତି। ବର୍ଷା ଦିନ ଆସିଲେ ଯାତାୟାତ ସମ୍ପର୍ଣ୍ଣ ଭାବେ ଠପ୍ ହୋଇ ପଡୁଛି।
ଉକ୍ତ ଅଭିଯାଗ ନେଇ ଗ୍ରାମ ବାସି ରାଜନେତା,ସରପଞ୍ଚ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ତଥା ଜିଲ୍ଲା ପ୍ରଶସନ ନିକଟରେ ବାରମ୍ବାର ଗୁହାରି ଜଣାଇ ଲେ ସୁଦ୍ଧା କର୍ଣ୍ଣ ପାତ କରୁନଥିବା ଗ୍ରାମ ବାସୀ ପ୍ରକାଶ କରିଛନ୍ତି।ଗ୍ରାମବାସୀ ନିଜ ପରିଶ୍ରମରେ ଏକ ପାଦଚଲା ଅସ୍ଥାୟୀ କାଠ ପୋଲ ତିଆରି କରି ବର୍ଷା ଦିନେ ଯାତାୟାତ କରିଥାନ୍ତି ।
ବ୍ଲକ ତରଫରୁ ଏକ କଲଭର୍ଟ ନିର୍ମାଣ କରାଯାଇଛି | ତାହା ମଧ୍ୟ ଏଯାଏଁ ସମ୍ପୂର୍ଣ୍ଣ ହୋଇ ନାହିଁ | ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗାଁ ଗାଁ କୁ ଗମନା ଗମନ ପାଇଁ ଅନେକ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କଲ୍ୟାସିଂହପୁର ରାବ ଗୁଡା ଗାଁ ରେ କାର୍ଯ୍ୟ କାରି ହୋଇପାରୁନାହିଁ | ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଗାଁ କୁ ରାସ୍ତା ଯଥା ଶୀଘ୍ର ନ କଲେ ଭୋଟ ବର୍ଜନ କରିବୁ ବୋଲି ରାବ ଗୁଡା ଗ୍ରାମ ବାସି ଚେତାବନୀ ଦେଇଛନ୍ତି।