ରାୟଗଡ଼ କେନ୍ଦ୍ରୀୟ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

0 1

ରାୟଗଡ଼ରୁ ସରୋଜ କୁମାର ସାହୁ: ରାୟଗଡ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଉକ୍ତ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା ଚଳିତ ବର୍ଷର ବାର୍ଷିକ ଫଳାଫଳ ଚଳିତ 2021-22 ବର୍ଷ ପାଇଁ ନାମ ଲେଖାଇଥିବା ଛାତ୍ର ଛାତ୍ରୀ ମାନଙ୍କ ସଂଖ୍ୟା ଅନ୍‍ଲାଇନ କ୍ଲାସ, କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା ଓ ଖାଲିଥିବା ପଦବୀ, ସ୍ମାର୍ଟ କ୍ଳାସ ଉପରେ ଉପସ୍ଥାପନା କରିଥିଲେ l ଏହା ସହିତ ବିଦ୍ୟାଳୟ ସମସ୍ୟା ବିଷୟରେ ବିଶେଷ କରି କାର୍ଯ୍ୟାଳୟ ଆବଶ୍ୟକତା ଉପକରଣ ଉପରେ ଆଲୋଚନା କରି ତାହାକୁ କିଣିବା ପାଇଁ କମିଟି ଅନୁମତି ପ୍ରଦାନ କରିଥିଲେ । ବିଦ୍ୟାଳୟରେ ଚାଲିଥିବା ଭିତ୍ତି ଭୂମିର ନିର୍ମାଣ କାର୍ଯ୍ୟକ୍ରମ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ପାଇଁ ସାନିଟାଇଜର ବ୍ୟବସ୍ଥା, ସୁରକ୍ଷା ପାଇଁ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ବୈଦ୍ଧିକ ବିକାଶ ନିମନ୍ତେ ନୂତନତା ଜ୍ଞାନ ପ୍ରଦର୍ଶିତ କରିବାକୁ ଓ କଳାର ବିକାଶ ନିମନ୍ତେ ଲୁକାୟିତ ପ୍ରତିଭାକୁ ଆବିଷ୍କାର କରିବା ନିମନ୍ତେ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ପରାମର୍ଶ ଦେଇଥିଲେ । ଏହାପରେ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀମାନଙ୍କ ସହିତ ଆଲୋଚନା କରି ଭଲ ପାଠ ପଢିବା ପାଇଁ ପରାମର୍ଶ ଦେଇଥିଲେ l ବିଦ୍ୟାଳୟ ପରିସରରେ ଥିବା ବିଜ୍ଞାନଗାର, କମ୍ପ୍ୟୁଟର ଲେବ୍‍, ଲାଙ୍ଗୁଏଜ୍‍ ଲେବ ଏବଂ ଖେଳ ପଡିଆ ପରିଦର୍ଶନ କରିଥିଲେ । ଏହି ପରିଚାଳନା କମିଟି ବୈଠକରେ ଉପ-ଜିଲ୍ଲାପାଳ, ରାୟଗଡ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଡଃ. ଏଲ୍‍.ଏନ୍‍ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ୱାଇ.ବି. ଅହମଦ୍‍, ଶିକ୍ଷା ବିଶେଷଜ୍ଞ ଶ୍ରୀ ବି. କେ.ପାଣିଗ୍ରହୀ, ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ପାତ୍ର, ସଂସ୍କୃତି ଓ ଜିଲ୍ଲା ସୂଚନା ଓ ଲୋକ ସଂମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ଅଭିଭାବକ ଶିବ ପ୍ରସାଦ ମିଶ୍ର, ମହିଳା ଅଭିଭାବକ ଶ୍ରୀମତୀ ଭବାନୀ ପଟ୍ଟନାୟକ ପ୍ରମୁଖ ଯୋଗ ଦାନ କରି ବିଦ୍ୟାଳୟର ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.