ପଦ୍ମପୁର(ଶାସକପ୍ରଶାସକ)- ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ସର୍ଗିଜୁରୀ ଗ୍ରାମ ଠାରେ ଭାରତୀୟ ଜନତାପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ତିରୋଧାନ ଦିବସ ବରିକେଲ ମଣ୍ଡଳ ସଭାପତି ଶ୍ରୀ ସୌକିଲାଲ ସାହାଙ୍କ ନେତୃତ୍ବରେ ଓ ଜିଲ୍ଲା ଉପ ସଭାପତି ଶ୍ରୀ ସରୋଜ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ,ପଦ୍ମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ କୁମରମଣି ନାଏକ,ଜିଲ୍ଲା ସମ୍ପାଦିକା ତଥା ସମିତି ସଭ୍ଯ ଶ୍ରୀମତୀ ସରସ୍ଵତୀ ସାହୁ,ଯୁବ ମୋର୍ଚ୍ଚା ରାଜ୍ଯ ସଂପାଦକ ଶ୍ରୀ ପ୍ରୀତେଶ ବହିଦାର,ଯୁବ ମୋର୍ଚ୍ଚା ସଂପାଦିକା କୁମାରୀ ଅର୍ଚ୍ଚିନା ବାଗ,ଆଦିବାସୀ ମୋର୍ଚ୍ଚା ରାଜ୍ଯ ସାଧାରଣ ସମ୍ପାଦକ ଶ୍ରୀ ଗୋବର୍ଦ୍ଧନ ଭୁଏ,କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀକାନ୍ତ ମିଶ୍ର,ଶ୍ରୀ ହରିହର ସାହୁ ଆଦି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀ ସମୟରେ ଦେଶରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା,ପରମାଣୁ ବୋମା ପରୀକ୍ଷଣ ଓ ମହିଲା ସେଲଫେଲ ଗ୍ରୁପକୁ ପ୍ରୋତ୍ସାହନ ଦିଆ ଯାଇଥିଲା ବୋଲି ବକ୍ତାମାନେ ମତ ପୋଷଣ କରିବା ସହ ବାଜପେୟୀ ଜୀଙ୍କୁ ସବୁଦିନ ପାଇଁ ଏ ଦେଶବାସୀ ମାନେ ରଖିବେ ବୋଲି ମତ ପ୍ରକାଶ ପାଇଥିଲା । ଏହି ଅବସରରେ ବିଜୁ ଜନତା ଦଳର ସମିତି ସଭ୍ୟ ଶ୍ରୀ ପ୍ରଶାନ୍ତ ବେହେରାଙ୍କ ସମେତ ଅନେକ ଉତ୍ସାହି ଯୁବକ ସର୍ବଶ୍ରୀ ଛତ୍ରପତି ସେଠ, ଶଙ୍କର ବେହେରା, ସୁନ୍ଦରମଣି ମର୍ହି,ଯିତୁ ମର୍ହି, ଯୁଧିଷ୍ଠିର ରଣା, ଅମୃତ ରଣା, ଗୌତମ ସିକା, ଅନନ୍ତ ବରିହା, ଶଙ୍କର ବରିହା, ତରଣୀସେନ ଜାଳ, ଭୀଷ୍ମ ଜାଳ,ଯଦ୍ରମଣି ନେଗି,ରାଜେଶ ବେହେରା , ଟିଫିନ୍ ଛତର, ଜୟନ୍ତ ବେଣ୍ଟକାର, ଉଦ୍ଧବ ବେଣ୍ଟେକାର, ଜଗନ୍ନାଥ ପଟେଲ,ଭୀମା ବେଣ୍ଟକାର, ଆକାଶ ପଟେଲ, ରାଜେଶ ପଟେଲ, ରମେଶ ମେହେର, ରତନ ଧରୁଆ, ଶ୍ରୀମତି ସାବିତ୍ରୀ ବୁଡ଼େକ, ଝିଲି ପ୍ରଧାନ, ସବିତା ନେଗୀ, ଚୁଲା ବଢି କମାତି, ସାବିତ୍ରୀ ନେଗୀ , ପଦ୍ମା ବୁଡ଼େକ ଆଦି ଉତ୍ସାହର ସହ ଭାରତୀୟ ଜନତା ପାଟି ରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଲଖମରା ମଣ୍ତଳ ସଭାପତି ଶ୍ରୀ ଭୀଷ୍ମଦେବ ସାହୁ,ଜଗଦଲପୁର ମଣ୍ତଳ ସଭାପତି ଶ୍ରୀ ହରେକୃଷ୍ଣ ପଟେଲ,ଯୁବ ମୋର୍ଚ୍ଚା ଜିଲ୍ଲା ସଂପାଦକ ଶ୍ରୀ ସାମନ୍ତ ଶେଖର ମୁନା,କୃଷକ ମୋର୍ଚ୍ଚା କୋଡିନେଟର ଶ୍ରୀ ଯୋଗେନ୍ଦ୍ର ଭୋଇ ଆଦି ସକ୍ରିୟ ଭୂମିକା ନେଇଥିଲେ । ଶେଷରେ ଯୁବମୋର୍ଚ୍ଚା ଜିଲ୍ଲା ସଂଯୋଜକ ଶ୍ରୀ ଲକ୍ଷ୍ମୀକାନ୍ତ ବରିହା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.