
ଭୁବନେଶ୍ୱର (ଶାସକ ପ୍ରଶାସକ) : ଯାତ୍ରୀମାନଙ୍କ ସୁବିଧା ପାଇଁ, ଭୁବନେଶ୍ୱର-ନୟାଗଡ଼ ଟାଉନ-ଭୁବନେଶ୍ୱର ସ୍ପେଶାଲ ଓ ପୁରୀ-ଦୁର୍ଗ-ପୁରୀ ସ୍ପେଶାଲ ଟ୍ରେନ ର ସେବା ପୁନଃ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି |
08425/08426 ପୁରୀ-ଦୁର୍ଗ-ପୁରୀ ସ୍ପେଶାଲ୍ ପୁରୀରୁ 21 ଅଗଷ୍ଟ, 2021 ଠାରୁ ଏବଂ ଦୁର୍ଗ ରୁ 22 ଅଗଷ୍ଟ, 2021 ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ |
ସେହି ପରି 08423/08424 ଭୁବନେଶ୍ୱର-ନୟାଗଡ଼ ଟାଉନ୍-ଭୁବନେଶ୍ୱର ସ୍ପେଶାଲ୍ 31 ଅଗଷ୍ଟ, 2021 ଠାରୁ ଭୁବନେଶ୍ୱରରୁ ଏବଂ ସେପ୍ଟେମ୍ବର ମାସ ପହିଲା ଠାରୁ ନୟାଗଡ଼ ଟାଉନ୍ ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ | ଏହି ଟ୍ରେନ ଦ୍ବୟ ପାଇଁ ନିର୍ଧାରିତ ଷ୍ଟେସନ ଓ ସମୟ ସାରଣୀ ଅପରିବର୍ତ୍ତିତ ରହିବ |