ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବିଭିନ୍ନ ଉନ୍ନୟନ ମୂଲକ କାର୍ଯ୍ୟର ଶୁଭ ଉଦଘାଟନ କଲେ ଓଡ଼ିଶା ସରକାରଙ୍କ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶୁଶାନ୍ତ ସିଂ । ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କପସିଲା ଠାରେ ନବନିର୍ମିତ କଲ୍ୟାଣ ମଣ୍ଡପ,ଓ୍ବାର୍ଡ ନମ୍ବର ୮ ରେ ଥିବା ଏସିସି ଏମଆରଏଫ ଯେଉଁଠି ଅଲିଆ ଆବର୍ଜନା ରୁ ମୋଖତ ପ୍ରସ୍ତୁତ ହେବ ଏବଂ ପଦ୍ମପୁର ସହରର ମୁଖ୍ୟ ଛକ ଭେଉଁରିଆ ଛକଠାରେ ଜନସାଧାରଣଙ୍କ ପାଇଁ ସୂଲଭ ସୌଚାଳୟର ଶୁଭ ଉଦଘାଟନ କରିଛନ୍ତି । ଏହି ଉଦଘାଟନ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ବରଗଡ଼ କୄତିବାସ ରାଉତ, ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟନ୍ତ କୁମାର ସାହୁ,ଗୋଷ୍ଠୀ ସଂଯୋଜିକା ଚିତ୍ରୋତ୍ପୋଳା ମେହେର,ପୂର୍ବତନ ଏନଏସି ଅଧ୍ୟକ୍ଷ ପ୍ରିତମ ମେହେର,ଭୋଜରାଜ ସିଂ ବରିହା ଓ ପଦ୍ମପୁର ଏନଏସିର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post