ସ୍ଵାଗତ ଜଣାଇଲେ ମନ୍ତ୍ରୀ ସୁଶାନ୍ତ ସିଂ
ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରତୁଣ୍ଡା ପଞ୍ଚାୟତ ର ପଚାଷରୁ ଉର୍ଦ୍ବ ସଂଖ୍ୟାରେ , କଂଗ୍ରେସ ଓ ବିଜେପି ର ପୁରୁଷ ଓ ମହିଳା କର୍ମୀ ମାନେ ସେମାନଙ୍କର ଦଳ ପରିତ୍ୟାଗ କରି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।
ଆଜି ପଦ୍ମପୁର ବିଜୁ ଜନତା ଦଳର ଅଫିସ ରେ ରାଜ୍ୟ ସରକାରଙ୍କର ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ , ଯୁବନେତା ଭୋଜରାଜ ସିଂ ବରିହା , ବରିଷ୍ଠ ନେତା ଶ୍ରୀ ପ୍ରୀତମ ମେହେର , ପାଇକମାଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଅଲତାଫ ମହମ୍ମଦ , ପାଇକମାଲ ବିଜୁ ଜନତା ଦଳର ସଭାପତି ଶ୍ରୀ ରାଉତ , ଯୁବ ଜନତା ଦଳର ସଭାପତି ଶ୍ରୀ ଗୌତମ ସିଂ ଙ୍କର ଉପସ୍ଥିତ ରେ , ସମସ୍ତ ଙ୍କୁ ବିଜୁ ଜନତା ଦଳକୁ ସ୍ୱାଗତ କରାଯାଇଥିଲା । ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଵଛ ନିର୍ମଳ ଭାବମୂର୍ତି , ଲୋକାଭିମୁଖୀ ଯୋଜନା ,ଓଡିଶା ବାସୀଙ୍କର ପାଇଁ ମୁଖ୍ୟମନ୍ତ୍ରୀ ଙ୍କର ବିଭିନ୍ନ ଯୋଜନାରେ ଲାଭ ଇତ୍ୟାଦି ଅନେକ ବିଷୟରେ ଅନୁପ୍ରାଣିତ ହୋଇ ସମସ୍ତେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ।
