ହାଲକା ମନ୍ତବ୍ୟ ପାଇଁ ବିଜେପି ସାଂସଦ ବରୁଣ ଗାନ୍ଧୀଙ୍କୁ ସୁପର୍ନୋଙ୍କ ପରାମର୍ଶ

0 1

“ଭାରତ ଦ୍ୱାରା ଉପହାର ସୂତ୍ରରେ ନିର୍ମିତ ଆଫଗାନିସ୍ତାନ ପାର୍ଲାମେଂଟର ଭାଗ୍ୟ ବିଷୟରେ କହିଥିଲେ ଭଲ ହୋଇଥାନ୍ତା”

ଆଫଗାନିସ୍ଥାନ ପ୍ରସଙ୍ଗରେ ତାତ୍ସଲ୍ୟସୂଚକ ମନ୍ତବ୍ୟ ଦେଇଥିଲେ ବରୁଣ

ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଆଫଗାନିସ୍ଥାନ ପ୍ରସଙ୍ଗରେ ଅତ୍ୟନ୍ତ ହାଲ୍କା ମନ୍ତବ୍ୟ ଦେଇଥିବା ଯୋଗୁ ବିଜେପି ସାଂସଦ ବରୁଣ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି ଜଣାଶୁଣା ସମାଜସେବୀ ତଥା ଶ୍ରୀମତୀ ନନ୍ଦିନୀ ଶତପଥୀ ମେମୋରିଆଲ ଟ୍ରଷ୍ଟର ଅଧ୍ୟକ୍ଷ ସୁପର୍ନୋ ଶତପଥୀ | ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ତାଙ୍କ ଭଳି ଜଣେ ଦାୟିତ୍ୱବାନ ସାଂସଦ ଭାବେ ତାତ୍ସଲ୍ୟସୂଚକ ମନ୍ତବ୍ୟ ନଦେଇ ଭାରତର ଦାନରେ ନିର୍ମିତ ଆଫଗାନିସ୍ତାନର ସଂସଦ ଭବନର ଭାଗ୍ୟ ଓ ଭବିଷ୍ୟତ ବିଷୟରେ ମତାମତ ରଖିଥିଲେ ଭଲ ହୋଇଥାନ୍ତା ବୋଲି ଶ୍ରୀ ଶତପଥୀ ତାଙ୍କ ଟୁଇଟରେ ଉଲ୍ଲେଖ କରିଛନ୍ତି |
ଆଫଗାନିସ୍ତାନରେ ତାଲିବାନୀମାନେ କ୍ଷମତା ଦାଖଲ କରିବା ପରେ ତାଲିବାନୀ ମାନେ କାବୁଲର ଗୋଟିଏ ଟୟ ପାର୍କରେ ଖେଳନା କାରରେ ନେଉଥିବା ମଜା ସମ୍ପର୍କିତ ଭାଇରଲ ଭିଡିଓ ପୋଷ୍ଟ କରି ଉଲ୍ଲେଖ କରିଥିଲେଯେ, “ଆଫଗାନିସ୍ତାନରେ କ୍ଷମତାକୁ ଆଶ୍ଜିଥିବା ନୂତନ ଶାସନ ବ୍ୟବସ୍ଥା ସହିତ ଟ୍ରାକ-୨ କୂଟନୀତିରେ ବିନିଯୋଗ କରିବାର ଏକ ଗମ୍ଭୀର ପ୍ରୟାସ ଭାବରେ, କାବୁଲରେ ତତ୍କାଳ ଏକ ରାଜ୍ୟ ପ୍ରାୟୋଜିତ ହାମଲିସ ଟୟ ଷ୍ଟୋର ଖୋଲିବା ପାଇଁ ପଦକ୍ଷେପ ନିଆଯିବା ଉଚିତ”
ଏହାର ଉତ୍ତରରେ ଶ୍ରୀମତୀ ନନ୍ଦିନୀ ଶତପଥୀ ମେମୋରିଆଲ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ଶତପଥୀ ଟୁଇଟ କରି କହିଛନ୍ତି ଯେ “ଆଫଗାନିସ୍ତାନରେ ଏକ ଅତ୍ୟନ୍ତ ଗମ୍ଭୀର ପରିସ୍ଥିତି ମଧ୍ୟରେ ଏପରି ତାତ୍ସଲ୍ୟ ବା ହାସ୍ୟରସ ନିଶ୍ଚିତ ଭାବରେ ଆପଣଙ୍କୁ ଏଠାରେ ଏନଗେଜ ରଖିବ | ହେଲେ ଜଣେ ସଂସଦ ଭାବରେ ଯଦି ଆପଣ ଭାରତ ଠାରୁ ଉପହାର ସୂତ୍ରରେ ନିର୍ମିତ ଆଫଗାନିସ୍ତାନ ସଂସଦ ଭବନର ଭାଗ୍ୟ ବିଷୟରେ କହିଥିଲେ ଭଲ ହୋଇଥାନ୍ତା |”

Leave A Reply

Your email address will not be published.