ସୁବର୍ଣ୍ଣପୁର /ପ୍ରକାଶ କୁମାର ହାତୀ : ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ୭୫ତମ ସ୍ବଧିନତା ଦିବସ ପାଳନ ସହ ଶ୍ରଦ୍ଧା କ୍ଲିନିକ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ପାର୍ଥ ପ୍ରତିମ ପଣ୍ଡା ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ ଆଶା, ମହିଳା ଶିଶୁ ବିକାଶ,ପୋଲିସ ଶିକ୍ଷକ, ସାମ୍ବାଦିକ ମାନଙ୍କୁ କୋଭିଡ ମହାମାରୀ ନିରାକରଣ ଓ ଉତ୍ସର୍ଗୀକୃତ ସେବା ପାଇଁ ପ୍ରଶଂସା କରିଥିଲେ।ନିଜ ମଧ୍ୟରେ ଥିବା ସଂକୀର୍ଣ୍ଣ ମନଭାବକୁ ତ୍ୟାଗକରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ତଥା ଡୁଙ୍ଗୁରିପାଲି ଅଞ୍ଚଳ ହିତ ପାଇଁ କାର୍ଯ୍ୟ କରିବା ପାଇଁ ଡ଼. ପଣ୍ଡା ପରାମର୍ଶ ଦେଇଥିଲେ।ଏବଂ ରୋଗୀ ମାନଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଇ ଦେବା ପାଇଁ ଘୋଷଣା କରିଥିବା ସହ ରୋଗୀ ମାନଙ୍କୁ ସକାଳୁ ଜଳଖିଆ, ମଧ୍ୟାହ୍ନରେ ଓ ରାତ୍ରି ରେ ଭୋଜନ ଦେବା ପାଇଁ ସୂଚନା ଦେଇଥିଲେ।
ଏହାସହ ନବଜାତ ଶିଶୁଙ୍କ ପାଇଁ ଏନବିଏସଉ ଏବଂ କିଶୋର-କିଶୋରୀଙ୍କ ପାଇଁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ପରାମର୍ଶ ଓ ଚିକିତ୍ସା ପାଇଁ ଶ୍ରଦ୍ଧା କ୍ଲିନିକ ଲୋକାର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଡ. ଶଶାଙ୍କ ଶେଖର ସାହୁ,ଡ଼. ସଞ୍ଜୟ ପଧାନ, ଡ. ସନ୍ତୁନ ମେହେର,ଡ ସୁମିତ ବିଶ୍ୱାଳ, ଡ଼. ଆଲୋକ ପଣ୍ଡା, ଡ଼. ଆଶିଷ ଗୋୟଲ,ଡ଼ ଶୁଶ୍ରୀ ପତି, ଡ଼. ସରିତା ଦାସ, ଜନସ୍ୱାସ୍ଥ୍ୟ ସଂପ୍ରସରଣ ଅଧିକାରୀ ଶେଷଦେବ ଥାନପତି,ରାକେଶ କୁମାର ମହାପାତ୍ର ସହ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ ଉପସ୍ଥିତ ଥିଲେ |