ସମ୍ବଲପୁର/ରମାକାନ୍ତ ବିଶ୍ବାଳ : ୭୫ତମ ସ୍ଵାଧୀନତା ଦିବସ ଅବସରରେ କୁଚିଣ୍ଡା ସ୍ଥିତ ଶ୍ରମିକ ଭବନ ପରିସରରେ କୁଚିଣ୍ଡା ଡିଭିଜନ ୨୦୩୫ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି l କୁଚିଣ୍ଡା କୁ ଆଦିବାସୀ ଜିଲ୍ଲା ର ମାନ୍ୟତା ଓ ଶିକ୍ଷା ସ୍ୱାସ୍ଥ୍ୟ, କୃଷି, ଗମନାଗମନ ଆଦି ବିଭିନ୍ନ ମୌଳିକ ସମସ୍ୟା ଓ ତାର ନିରାକରଣ କୁ ନେଇ ବିଷଦ ଆଲୋଚନା ହୋଇଥିଲା l
ପ୍ରଗତିଶୀଳ ନାଗରିକ ମଞ୍ଚ ପକ୍ଷରୁ କୁଚିଣ୍ଡା ଉପଖଣ୍ଡ ର ଜନ ପ୍ରତିନିଧି, ସମାଜସେବୀ, ଶିକ୍ଷାବିତ୍, ପ୍ରଶାସନିକ ଅଧିକାରୀ, ବରିଷ୍ଠ ନାଗରିକ ଏଥିରେ ଅଂଶଗ୍ରହଣ କରିଥିଲେ l ଅଞ୍ଚଳର ସାମଗ୍ରିକ ବିକାଶ ଏବଂ ମୌଳିକ ସମସ୍ୟା ର ଦୁରୀକରଣ ସକାସେ
କୁଚିଣ୍ଡା ଉପଖଣ୍ଡ ର କେବଳ ଆଦିବାସୀ ଙ୍କ ପାଇଁ ଉଦ୍ଧିଷ୍ଟ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ସମେତ ସମସ୍ତ ଶିକ୍ଷା ଅନୁଷ୍ଠାନ ରେ ଖାଲିଥିବା ପଦବୀ ପୂରଣ, କ୍ରୀଡା ର ବିକାଶ ସକାସେ ସ୍ଵତନ୍ତ୍ର ଯୋଜନା, ସ୍ପୋର୍ଟସ ଏକାଡେମୀ ପ୍ରତିଷ୍ଠା, ବୈଷୟିକ ଶିକ୍ଷା ଅନୁଷ୍ଠାନ ପ୍ରତିଷ୍ଠା, ବ୍ଲକ ଗ୍ରାଣ୍ଟ ବ୍ୟବସ୍ଥା ଉଚ୍ଛେଦ କରି ସମସ୍ତ ଶିକ୍ଷା ଅନୁଷ୍ଠାନ ସରକାରୀ ମାନ୍ୟତା, ଉପଖଣ୍ଡିୟ ଡାକ୍ତରଖାନା ସମେତ ତିନୋଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ଖାଲି ଥିବା ସମସ୍ତ ପଦବୀ ପୂରଣ, ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ସହ ଆଇ ସି ୟୁ, ଭେଣ୍ଟିଲେଟର, ଡାଏଲୋଶିଶ ର ବ୍ୟବସ୍ଥା , ଆଇ ସି ୟୁ ଆମ୍ବୁଲାନ୍ସ,ଅଞ୍ଚଳରେ ଚାଷ ର ଉନ୍ନତି କରଣ ସକାସେ ଜଳସେଚନ, ମାଇକ୍ରୋ ଶୀତଲ ଭଣ୍ଡାର ପ୍ରତିଷ୍ଠା, ଲଙ୍କା, ଫଳ, ଡାଲି ଓ ତୈଳ ଜାତୀୟ ଚାଷ ଓ ପ୍ରକ୍ରିୟା କରଣ କୁ ପ୍ରୋତ୍ସାହନ କରିବାକୁ ଦାବି ଉପସ୍ଥାପନ ହୋଇଥିଲା l ରେଳ ପଥ ଦାବୀ ନେଇ ରେଳ ମନ୍ତ୍ରୀଙ୍କୁ ସାକ୍ଷାତ କରିବା ଓ ଏକଲବ୍ୟ ସ୍କୁଲ ରେ ସ୍ଥାୟୀ ନିଯୁକ୍ତି ନା ହେଲେ ଘୋଷଣା କରିଥିବା ଆନ୍ଦୋଳନ ରେ ସାମିଲ ହେବାକୁ ମତ ପ୍ରକାଶ ପାଇ ଥିଲା ।
କୁଚିଣ୍ଡା ଦେଇ ରେଳ ପଥ ସଂଯୋଗୀକରଣ, କୁଚିଣ୍ଡା ବଣାଇ ରାସ୍ତା କୁ ଜାତୀୟ ରାଜପଥ ମାନ୍ୟତା, ବାମରା କୁ ଏନ୍ ଏ ସି ମାନ୍ୟତା, କୁଚିଣ୍ଡା ଏନ୍ ଏ ସି ରେ ସ୍ଵରେଜ ବ୍ୟବସ୍ଥା, ଭୋଜପୁର- ଜମନକିରା ରାସ୍ତା ଦୋହରୀକରଣ ଏବଂ ସମସ୍ତ ଗ୍ରାମାଞ୍ଚଳ କୁ ରାସ୍ତା ର ଉନ୍ନତି କରଣ ସକାସେ ଆଲୋଚନା ହୋଇଥିଲାl
ବାମରା ଏବଂ ଜମନକିରା ରେ ଯେ ଏମ୍ ଏଫ୍ ସି କୋର୍ଟ ସ୍ଥାପନ ଆଇ ଟି ଡି ଏ ସଂସ୍ଥା କୁ ଉନ୍ମତ କରି ଏହାର ବିଭିନ୍ନ ଯୋଜନା ଏବଂ ରୂପ ରେଖ କୁ ପ୍ରସ୍ତୁତ କରିବା ସହ ସକ୍ରିୟ ଭାବେ କ୍ରିୟାଶୀଳ କରିବା ପାଇଁ ମତ ପ୍ରକାଶ ପାଇଥିଲା l
କୁଚିଣ୍ଡା ଭିଜନ୍ ୨୦୩୫ ସକାସେ ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଥିଲା । ଆଜିର ଏହି ବୈଠକ କୁ ସଞ୍ଜିତ୍ ମହାନ୍ତି ପରିଚାଳନା କରିଥିବା ବେଳେ ବରିଷ୍ଠ ଶ୍ରମିକ ନେତା ବିଜୟ ମହାନ୍ତି, ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ରବି ନାୟକ, ରାଜେନ୍ଦ୍ର ଛତ୍ରିୟା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ମିଶ୍ର, ପୂର୍ବତନ କୁଚିଣ୍ଡା ଏନ୍ ଏ ସି ଅଧ୍ୟକ୍ଷ ଅଖିଳ ପ୍ରତାପ ସିଂ, , ସିଡି ନିର୍ଦ୍ଦେଶକ ଅଭିରାମ ପାଣିଗ୍ରାହୀ, ଚାଷୀ ନେତା ସରୋଜ, ପୂର୍ବତନ କାଉନସିଲର ସୁଶୀଲ କର, ପୂର୍ବତନ କାଉନସିଲର ମନୋରଞ୍ଜନ ଭୋଇ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ଯ ଖତୁ ରାମ ପିଙ୍ଗ୍, ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରଭାତ ବେହେରା, ଓକିଲ ସଂଘ ସଭାପତି ଅକ୍ଷୟ ନାୟକ, ଅଧ୍ୟକ୍ଷ ସୁବାସ ନାୟକ ପୂର୍ବତନ ଅଧ୍ୟକ୍ଷ ରଞ୍ଜନ ମହାପାତ୍ର, ସୁରେନ୍ଦ୍ର ଗୌନ୍ତିଆ, କ୍ୟାପଟେନ୍ ଶଶିଭୂଷଣ ସେଠି, ପ୍ରମୋଦ ଛୁରିଆ ମତ ପ୍ରକାଶ କରିଥିଲେ l ବରିଷ୍ଠ ଅଧ୍ୟାପକ ଖଗେଶ୍ଵର ଦାସ, କିରଣ ମହାପାତ୍ର, ସୁଧାଂଶୁ ମହାପାତ୍ର, ସରୋଜ ମେହେର,ଛାତ୍ର ନେତା ଅସୀମ ପଟେଲ, କିଶୋର ଅଗ୍ରୱାଲ, ବରିଷ୍ଠ ସାମ୍ବାଦିକ ଗଗନ ଶର୍ମା, ଉମା ପ୍ରଧାନ, ଶାନ୍ତନୁ ସାହୁ, ରାମ ଚନ୍ଦ୍ର ମାଝୀ, ରାମ ଚନ୍ଦ୍ର ପିଙ୍ଗ୍, ପୂର୍ଣ୍ଣଦୂ ମହାନ୍ତି, ମଳୟ ବେହେରା, ପଦ୍ମାବତି କିଷାନ, ଡାକ୍ତର ସରତ ଗୌନ୍ତିଆ, କେଦାର ବରିହା, ମହାବୀର ଖଣ୍ଡେଲୱାଲ୍, ରlଣା ପ୍ରତାପ ସିଂ, ସଞ୍ଜିତ୍ ଶର୍ମା, ବରଦା ଶର୍ମା, ଆଇନ୍ ଜୀବୀ ଅଶୋକ ମହାପାତ୍ର, ଅନୁପମା ନାୟକ, ବିଶ୍ଵନାଥ ବାଘ, ବୁଲୁ ମହାନ୍ତି ରଥି କାନ୍ତ କିଷାନ, କିଶୋର ଦେହୁରୀ, ଚାଷୀ ନେତା ନବୀନ ପଟେଲ, ସନ୍ତୋଷ ସାହୁ, ଜୟ ନାରାୟଣ ଜେନା, ଦିବ୍ୟ ସଂକର ପଟେଲ, ରୁଦ୍ର ନାରାୟଣ ବେହେରା, ମିଳନ ପଳେଇ, ପଦ୍ମ ଚରଣ ଗୁରୁ, ଆରତି ନାୟକ, ଦୁବ ରାଜ କିଷାନ, ସୁଶାନ୍ତ ବରିହା, ମହେନ୍ଦ୍ର ବାଘ, ଲକ୍ଷ୍ମଣ ମହାପାତ୍ର ପ୍ରମୂଖ ଉପସ୍ଥିତ ଥିଲେ lସଭା ଶେଷରେ ମହମ୍ମଦ ମୁର୍ତ୍ତୁଜା ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Next Post