ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୭୫ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଆପ୍ ଗଜପତି ତରଫରୁ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ସ୍ଥିତ ଓମ୍ ଶାନ୍ତି କଲୋନୀ ଠାରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆମ୍ ଆଦମୀ ପାର୍ଟିର ବରିଷ୍ଠ ସଦସ୍ୟ ତଥା ଅବସରପ୍ରାପ୍ତ ପୋଲିସ ଅଧିକାରୀ ଦେବେନ୍ଦ୍ରନାଥ ଜମାଦାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ଆପ୍ ଗଜପତି ମହିଳା ଶାଖା ତରଫରୁ ମହିଳା ସଭାନେତ୍ରୀ ଶୈଳବାଳା ପଣ୍ଡାଙ୍କ ନେତୃତ୍ୱରେ ରାମ ସାଗର ଛକ ଠାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଦଳୀୟ ସାଥୀ ଶ୍ରୀଯୁକ୍ତ ମାଧବ ଚନ୍ଦ୍ର ପଣ୍ଡିତ ପତାକା ଉତ୍ତୋଳନ କରିଥିଲେ ।
ଏହି ଦୁଇଟି କାର୍ଯ୍ୟକ୍ରମରେ କିଶୋର ଚନ୍ଦ୍ର ଗୁରୁ , ପ୍ରେମାନନ୍ଦ ପଟ୍ଟନାୟକ , ଶେଖ ମୋଜିବ ,ଲୁସେନ୍ୟ ଗମାଙ୍ଗ, ଲୋଗସ୍ ଦାସ ବର୍ଦ୍ଧନ, ଲୋକନାଥ ଭୁକ୍ତା , ପି.ଚାଣ୍ଟି ,କୋଟେଶ୍ୱର ରାଓ ,କାଳି , ସଚିଦାନନ୍ଦ ପଣ୍ଡିତ , ସନ୍ଦିପ୍ ସୂର୍ଯ୍ୟବଂଶୀ , ଅନିଲ୍ କୁମାର ପଣ୍ଡା , ବିନୋଦ ବେହେରା ,ଚିତ ରଞ୍ଜନ ନାୟକ ,ଜୟଚନ୍ଦ୍ର ବେହେରା ପ୍ରମୁଖ ସାଥୀ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post