ସ୍ୱାଧୀନତା ଦିବସ ପାଳନ କଲେ ଶ୍ରମ ସଂଗଠନ

0 2

ବଡ଼ଚଣାରୁ ପ୍ରଫୁଲ୍ଲ କୁମାର ସାହୁ : ବାରବାଟି ସ୍ଥିତ ନେତାଜୀ ଶ୍ରମିକ ସଂଘ ପକ୍ଷରୁ ୭୫ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ସଂଗଠନର ସମ୍ପାଦକ ତଥା ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକଙ୍କ ସମେତ ସଂଗଠନର ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ | ସେହିପରି ଚଣ୍ଡିଖୋଲସ୍ଥିତ ଶ୍ରମଜୀବୀ ଶ୍ରମିକ ସଂଘ ଓ ଜିଲ୍ଲା ଅଣସଂଗଠିତ ଶ୍ରମିକ ସଂଘ ସମନ୍ୱୟ କମିଟି ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ ହୋଇଥିଲା |ଏଥିରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ନୃସିଂହ ଚରଣ ମିଶ୍ର ସହ ସମ୍ପାଦକ ରମେଶ ଜେନା ଜିଲ୍ଲା ସଂଯୋଜକ ପ୍ରଫୁଲ୍ଲ କୁମାର ସାହୁ ସମାଜ ସେବୀ ରାଜେଶ୍ ଜେନା ପ୍ରମୁଖ ଯୋଗଦେଇ ସ୍ଵାଧୀନତା ଦିବସ ସମ୍ପର୍କରେ ନିଜନିଜର ଅଭିଭାଷଣ ରଖିଥିଲେ | ସେହିପରିଓଡ଼ିଶା ଦଳିତ ଅଧିକାର ମଞ୍ଚ ତରଫରୁ ଯାଜପୁର ଜିଲ୍ଲାର ବନ୍ଦାଲ ଠାରେ ସ୍ଵାଧୀନତା ଦିବସ ପାଳନ କରାଯାଇଥିଲା | ଏଥିରେ ମଞ୍ଚ ର ସଭାପତି ତଥା ବରିଷ୍ଠ ସ୍ତମ୍ଭକାର ସମାଜ ସେବୀ ଶ୍ରୀଯୁକ୍ତ ମାନସ ଜେନା ଯୋଗ ଦେଇ ସ୍ଵାଧୀନତା ସଂଗ୍ରାମରେ ଅଂଶ ଗ୍ରହଣ କରିଥିବା ମହାନ୍ ଜନ ନାୟକ ଙ୍କ ସମ୍ପ୍ରକରେ ଆଲୋକପାତ୍ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ମଞ୍ଚର ରାଜ୍ୟ ସଂଯୋଜକ ପ୍ରଶାନ୍ତ ମାଲିକଓ ରାଜେଶ୍ ଜେନା ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ |

Leave A Reply

Your email address will not be published.